thumbnail

By

Published : Nov 21, 2019, 9:22 AM IST

ETV Bharat / Videos

ଅନ୍ଧାରରେ ସୁକତେଲ ପ୍ରକଳ୍ପ: ବିସ୍ଥାପିତ-ସରକାର ଲଢେଇରେ ବିତିଲାଣି 23 ବର୍ଷ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ଜୀବନ ରେଖା କୁହାଯାଉଥିବା ଲୋୟର ସୁକତେଲ ପ୍ରକଳ୍ପ । ଏକଦା ଏହା ବଲାଙ୍ଗୀର ସହ ସୁବର୍ଣ୍ଣପୁର ଜିଲ୍ଲାର ଚାଷୀଙ୍କ ପାଇଁ ବରଦାନ ସାଜିବ ବୋଲି ଆଶା କରାଯାଉଥିଲା  । ପ୍ରକଳ୍ପ ପାଇଁ 29 ଖଣ୍ଡ ଗାଁ ର ଅନେକ ପରିବାର ବ୍ୟକ୍ତିଗତ ସ୍ବାର୍ଥକୁ ଜଳାଞ୍ଜଳି ଦେଇ ସାମୁହିକ ସ୍ବାର୍ଥ ପାଇଁ ନିଜ ଭିଟା ମାଟି ଛାଡି ବିସ୍ଥାପିତ ମଧ୍ୟ ହେଇ ଥିଲେ । କିନ୍ତୁ ଏପର୍ଯ୍ୟନ୍ତ ସେମାନଙ୍କୁ କ୍ଷତିପୂରଣ ଦିଆଯାଇ ନାହିଁ ଅନ୍ୟପଟେ ଅନେକ ପରିବାର ନିଜ ଭିଟା ମାଟି ନ ଛାଡିବା ପାଇଁ ଆନ୍ଦୋଳନ କରି ଚାଲିଛନ୍ତି , ତେବେ ସରକାରଙ୍କ ଉଦାସୀନତା ଓ ବିସ୍ଥାପିତଙ୍କ ଏଇ ଆନ୍ଦୋଳନ ଯୋଗୁଁ ଅନ୍ଧକାର ଭିତରକୁ ଠେଲି ହୋଇ ଯାଇଛି ପ୍ରକଳ୍ପର ଭାଗ୍ୟ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.