ଚୟନକର୍ତ୍ତାଙ୍କୁ ପ୍ରଦର୍ଶନରେ ପ୍ରଭାବିତ କରନ୍ତୁ ଓଡିଶା କ୍ରିକେଟର: ସୌରଜିତ - ଓଡିଶା କ୍ରିକେଟ ଆସୋସିଏସନ
🎬 Watch Now: Feature Video
କଟକ: ଓଡିଶା ପାଇଁ ଗୌରବ ଆଣିଛନ୍ତି ପୂର୍ବତନ ଓଡିଶା କ୍ରିକେଟର ଦେବାଶିଷ ମହାନ୍ତି । ବିସିସିଆଇ ଜାତୀୟ ବରିଷ୍ଠ ଚୟନ କମିଟିର ସଦସ୍ୟ ହେଲା ପରେ ଶୁଭେଚ୍ଛାର ସୁଅ ଛୁଟୁଛି । ତେବେ ଓଡିଶା କ୍ରିକେଟ ଆସୋସିଏସନ (ଓସିଏ) ତଥା ଓଡିଶା କ୍ରିକେଟର କେତେ ଲାଭବାନ ହେବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଇଟିଭି ଭାରତରେ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ଏହି ସମସ୍ତ ପ୍ରଶ୍ନର ସକରାତ୍ମକ ଉତ୍ତର ରଖିଛନ୍ତି ଓସିଏ ଚୟନକର୍ତ୍ତା କମିଟିର ବରିଷ୍ଠ ସଦସ୍ୟ ସୌରଜିତ ମହାପାତ୍ର । ଓଡିଶା କ୍ରିକେଟର ଚୟନକର୍ତ୍ତାଙ୍କ ନଜରରେ ରହିବେ । ପୂର୍ବପରି ଅଣଦେଖାର ଶିକାର ହେବାର ସମ୍ଭାବନା କମ । ଟିମ ଓଡିଶାରେ ଏକାଧିକ ଦକ୍ଷ ଖେଳାଳି ରହିଛନ୍ତି । ତେବେ ଦକ୍ଷତା ଅନୁଯାୟୀ, ଓଡିଆ ଖେଳାଳିଙ୍କୁ ନିରବଚ୍ଛିନ ଭାବେ ପ୍ରଭାବୀ ପ୍ରଦର୍ଶନ ଦ୍ବାରା ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ହେବ । ଦେବାଶିଷ ଶକ୍ତିଶାଳୀ ଟିମ ଇଣ୍ଡିଆ ଚୟନ କରିବେ । ଯେଉଁମାନେ ଅନ୍ତର୍ଜାତୀୟ ମ୍ୟାଚରେ ଦେଶର ପ୍ରତିନିଧିତ୍ବ କରିବେ । ସେଥିପାଇଁ ଏହି ପ୍ରକ୍ରିୟା ଆହ୍ବାନପୂର୍ଣ୍ଣ ରହିବ । ତେବେ ପୂର୍ବରୁ ଯେପରି ଖେଳାଳି ଭାବେ ଓଡିଶା ତଥା ଜାତୀୟ ଟିମ ପାଇଁ ଖେଳି ଗୌରବ ଆଣିଛନ୍ତି, ସେପରି ଚୟନକର୍ତ୍ତା ଭାବେ କରିବେ ବୋଲି ଆଶାଥିବା କହିଛନ୍ତି ସୌରଜିତ ମହାପାତ୍ର ..
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ