'ପୁରୁଷ ହକି ଦଳ ପାଇଁ ଖୁସି ଲାଗୁଛି, ପ୍ୟାରିସ ଅଲମ୍ପିକ ପାଇଁ କରିବୁ ପ୍ରସ୍ତୁତି' - ନମିତା ଟପ୍ପୋଙ୍କ ପ୍ରତିକ୍ରିୟା
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-12739979-thumbnail-3x2-namita.jpg)
ଟୋକିଓ ଅଲମ୍ପିକ୍ ଗେମ୍ସରେ ଦମଦାର ପ୍ରଦର୍ଶନ କରି ଫେରଛି ଭାରତୀୟ ମହିଳା ଦଳ । ଭାରତୀୟ ମହିଳା ହକି ଦଳ ଅଲମ୍ପିକ ଗେମ୍ସରେ କାଂସ୍ୟ ପଦକ ମ୍ୟାଚରେ ପରାଜିତ ହୋଇଥିଲା । ଏହାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଓଡ଼ିଆ ଡିଫେଣ୍ଡର ନମିତା ଟପ୍ପୋ । ବର୍ତ୍ତମାନ ଭାରତୀୟ ମହିଳା ହକି ଦଳ ପୁନଃ ଜୋରଦାର ଅଭ୍ୟାସ କରି ପ୍ୟାରିସ ଅଲମ୍ପିକ ଗେମ୍ସରେ ପଦକ ଆଣିବା ଲକ୍ଷ୍ୟରେ ରହିଛନ୍ତି । ଏହାସହ ୪୧ ବର୍ଷ ପରେ ଭାରତୀୟ ପୁରୁଷ ହକି ଦଳ କାଂସ୍ୟ ପଦକ ହାସଲ କରିଥିବାରୁ ସେ ଖୁସି ଜାହିର କରିଛନ୍ତି ।