ରାଜକୀୟ ସମ୍ମାନ ସହ ହକି କିମ୍ବଦନ୍ତୀ ବଲବୀର ସିଂଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ - ଭାରତୀୟ ହକି ତାରକା ବଲବୀର ସିଂ ସିନିୟର
🎬 Watch Now: Feature Video

ଚଣ୍ଡିଗଡ: ଆଉ ନାହାନ୍ତି କିମ୍ବଦନ୍ତୀ ଭାରତୀୟ ହକି ତାରକା ବଲବୀର ସିଂ ସିନିୟର । ପରିଣତ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ଏହି ମହାନ ଭାରତୀୟ ହକି ଖେଳାଳି । ସୋମବାର ସକାଳ ପ୍ରାୟ 6ଟା17ମିନିଟ୍ରେ ସେ ନିଜର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ 95 ବର୍ଷ ହୋଇଥିଲା । ତାଙ୍କର ଅନ୍ତିମ ସଂସ୍କାର ରାଜକୀୟ ସମ୍ମାନ ସହ ଚଣ୍ଡିଗଡ ସେକ୍ଟର-25ର ଶଶ୍ମାନ ଘାଟରେ ସମ୍ପନ୍ନ ହୋଇଛି ।