ଧୋନି@39: ସ୍ୟାଣ୍ଡ ଆନିମେସନରେ ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ - ବାଲୁକା ଶିଳ୍ପୀ ମାନସ ସା
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-7928008-thumbnail-3x2-sandart.jpg)
ପୁରୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କର ଆଜି ଜନ୍ମଦିନ । ଏହି ଅବସରରେ ତାଙ୍କୁ ସ୍ୟାଣ୍ଡ ଆନିମେସନ ଜରିଆରେ ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଶିଳ୍ପୀ ମାନସ ସାହୁ । 1981 ମସିହା ଜୁଲାଇ 7 ତାରିଖରେ ସେ ଝାଡଖଣ୍ଡର ରାଜଧାନୀ ରାଞ୍ଚିରେ ଜନ୍ମଗ୍ରହଣ କରିଥିଲେ । ତେବେ ଆଜି ଧୋନି 39 ବର୍ଷରେ ପଦାର୍ପଣ କରିଥିବାବେଳେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ସୁଟୁଛି । ଏହି ପରିପ୍ରେକ୍ଷୀରେ ପୁରୀରେ ବାଲୁକା ଶିଳ୍ପୀ ମାନସ ସାହୁ ମଧ୍ୟ ସ୍ୟାଣ୍ଡ ଆନିମେସନରେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ସୂଚନାଥାଉକି, କ୍ରିକେଟରେ କ୍ୟାପେଟନ କୁଲ ଭାବେ ପରିଚିତ ଲାଭ କରିଥିବା ଏମଏସ ଧୋନି 2007 ଟି-ଟ୍ବେଣ୍ଟି ବିଶ୍ବକପ୍, 2011 ବିଶ୍ବକପ୍ ଓ 2013 ମସିହାରେ ଚମ୍ପିଆନ୍ସ ଟ୍ରଫି ହାସଲ କରିଥିଲେ ।