FIH ଆଡ଼ଭାନସମେଣ୍ଟ ପ୍ୟାନେଲରେ ଓଡିଆ ପୁଅ ବିଶ୍ବରଞ୍ଜନ - Bishwaranjan Sarangi in FIH Advancement Panel
🎬 Watch Now: Feature Video

କଟକ: ହକିରେ ଓଡିଶାକୁ ଆଉ ଏକ ଉଲ୍ଲେଖନୀୟ ସଫଳତା । ଅନ୍ତର୍ଜାତୀୟ ହକିରେ ଆଉ ଏକ ସ୍ଥାନ ଅଧିକାର କରିଛି ଓଡିଶା । ଓଡିଶାର ବିଶ୍ବରଞ୍ଜନ ଷଡ଼ଙ୍ଗୀ ଏଫଆଇଏଚର ଟେକନିକାଲ ଅଫିସର୍ରୁ ସିଧାସଳଖ ଆଡ଼ଭାନସମେଣ୍ଟ ପ୍ୟାନେଲକୁ ଉତ୍ତିର୍ଣ୍ଣ ହୋଇଛନ୍ତି । ନିଜର ଦକ୍ଷତା ଓ ହକି ପରିଚାଳନା ଦିଗରେ ବେଶ ଖ୍ୟାତି ଅର୍ଜନ କରିଛନ୍ତି ବିଶ୍ବରଞ୍ଜନ । ତେବେ ସେ ପ୍ରଥମ ଓଡିଆ ଭାବେ ଏହି ପଦବୀରେ ସ୍ଥାନ ପାଇଛନ୍ତି ।