ଆୟୁଷ୍ମାନଙ୍କୁ ‘ହଟ୍ ବୟ’ କହିଲେ ତାହିରା, ଫଟୋ ଭାଇରାଲ - tahira kashyap latest updates
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-11805290-529-11805290-1621333284393.jpg)
ମୁମ୍ବାଇ: ଆୟୁଷ୍ମାନ ଖୁରାନା ଓ ତାହିରା କଶ୍ୟପଙ୍କ ଯୋଡି ଫ୍ୟାନ୍ସଙ୍କ ଫେଭରେଟ ଯୋଡି ମଧ୍ୟରୁ ଅନ୍ୟତମ । ଦୁଇଜଣ ପ୍ରାୟତଃ ପରସ୍ପର ପାଇଁ ରୋମାଣ୍ଟିକ ପୋଷ୍ଟ କରୁଥିବାର ନଜର ଆସନ୍ତି । ନିକଟରେ ସ୍ବାମୀ ଆୟୁଷ୍ମାନଙ୍କ ଫଟୋ ସେୟାର କରି ଚର୍ଚ୍ଚାରେ ତାହିରା । ଯାହା ଉପରେ ଫ୍ୟାନ୍ସଙ୍କ ଠୁ ନେଇ ସେଲିବ୍ରିଟି ମଧ୍ୟ ମଜାଦାର କମେଣ୍ଟ କରୁଥିବାର ନଜର ଆସୁଛନ୍ତି । ଖାଲି ଏତିକି ନୁହେଁ ଫଟୋ ସହ ତାହିରା ମଜାଦାର କ୍ୟାପସନ ମଧ୍ୟ ଲେଖିଛନ୍ତି । ସେହିପରି ଏବେ ଭାଇରାଲ ହେଉଥିବା ଆୟୁଷ୍ମାନଙ୍କ ଫଟୋରେ ଦେଖିବାକୁ ମିଳୁଛି ତାଙ୍କ ସର୍ଟଲେସ ଅବତାର । ଯାହାର କ୍ୟାପସନରେ ତାହିରା ଲେଖିଛନ୍ତି, ‘ସେହି ସବୁ ଜିନିଷ ଯାହାକୁ ମୁଁ ପସନ୍ଦ କରୁଛି । (ପାର୍ଟ 2) । ଚା', ବହି, ଷ୍ଟଡି ଟେବଲ, ଲ୍ୟାମ୍ପ, ବର୍ଷା ଆଉ ଏହି ହଟ୍ ବୟ’ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ