ଉପକୂଳ ଓଡ଼ିଶାରେ ଖୋଲୁଛି ଭାଗ୍ୟର ବାକ୍ସ, ଉତ୍ସାହିତ BJD - ଯାଜପୁରରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗଣତି

🎬 Watch Now: Feature Video

thumbnail

By

Published : Feb 27, 2022, 2:02 PM IST

Updated : Feb 3, 2023, 8:18 PM IST

କଟକ/ଜଗତସିଂହପୁର/ଯାଜପୁର/କେନ୍ଦ୍ରାପଡ଼ା: ଆରମ୍ଭ ହୋଇଛି ଦ୍ଵିତୀୟ ଦିନର ଭୋଟ ଗଣତି। ଉପକୂଳବର୍ତ୍ତୀ ଜିଲ୍ଲାରେ ବିଜେଡି଼ ଏହାର ପ୍ରଭାବ ବିସ୍ତାର କରି ଗୋଟିଏ ପରେ ଗୋଟିଏ ଜୋନ ଦଖଲକୁ ନେଉଥିବା ବେଳେ ଫଳାଫଳକୁ ନେଇ ନିରାଶ ହୋଇଛି ବିଜେପି । କେନ୍ଦ୍ରାପଡ଼ା ଜିଲ୍ଲାର ସମସ୍ତ 9ଟି ବ୍ଲକର 9ଟି ଯାକ ଜୋନକୁ ଗତକାଲି ପ୍ରଥମ ପର୍ଯ୍ୟାୟରେ ବିଜେଡି଼ ଦଖଲ କରିବା ପରେ ଆଜି(ରବିବାର) ଗଣତି ହେଉଥିବା 10ଟି ଜୋନକୁ ମଧ୍ୟ ହାତେଇବା ଲକ୍ଷ୍ୟରେ ରହିଛି ବିଜେଡି଼। ଆଜି ଜିଲ୍ଲା ମହିଳା ବିଜେପି ସଭାନେତ୍ରୀ, ରାଜନଗର ବ୍ଲକର ବିଜେଡି ସଭାପତି, ପୂର୍ବତନ କେନ୍ଦ୍ରାପଡ଼ା ଅଧ୍ୟକ୍ଷଙ୍କ ଭଳି ବହୁ ରାଜନୈତିକ ଦବଦବା ରଖୁଥିବା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେଉଛି । ଯାଜପୁର ଜିଲ୍ଲାର ୧୨ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପାଇଁ ଚାଲିଛି ଗଣତି। ଆଜି ସକାଳ 8ଟାରୁ ଯାଜପୁର ଜିଲ୍ଲାର ବିଂଝାରପୁର, ଦଶରଥପୁର, ବରୀ, ଯାଜପୁର ବଡଚଣା, ଧର୍ମଶାଳା, କୋରେଇ, ସୁକିନ୍ଦା,ଦାନଗଦି ଓ ରସୁଲପୁର ବ୍ଲକର ଜିଲ୍ଲା ପରିଷଦ ଜୋନ ସିଟ ପାଇଁ ଗଣତି ଆରମ୍ଭ ହୋଇଛି। ଜଗତସିଂହପୁର ଏରସମା ବ୍ଲକ1ନଂ ଜୋନର ବିଜେଡି ପ୍ରାର୍ଥୀ ପ୍ରଣବ ସ୍ବାଇଁ ତାଙ୍କର ନିକଟତମ ପ୍ରତିନିଧି କଂଗ୍ରେସ ପ୍ରାର୍ଥୀ ଧୋଜରାଜ ଖଣ୍ଡୁଆଲଙ୍କୁ 1999 ଖଣ୍ଡ ଭୋଟ ବ୍ୟବଧାନରେ ହରାଇ ବିଜୟୀ ହୋଇଛନ୍ତି । ସେହିପରି କୁଜଙ୍ଗ ବ୍ଲକ 1 ନଂ ଜୋନର ବିଜେଡି ପ୍ରାର୍ଥୀ ପ୍ରମୋଦ ସ୍ବାଇଁ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ଦିପ୍ତିମୟୀ ବସ୍ତିଆଙ୍କୁ 3000 ଭୋଟରେ ହରାଇ ବିଜୟୀ ହୋଇଛନ୍ତି । ଜଗତସିଂହପୁର 1 ନଂ ଜୋନର ଚିତ୍ତ ରଞ୍ଜନ ରାଉଳ କଂଗ୍ରେସ ପ୍ରାର୍ଥୀ ବିଭୁତି ଭୂଷଣ ସାହୁଙ୍କୁ 10042 ଭୋଟ ଅଧିକ ପାଇ ବିଜୟୀ ହୋଇଥିବା ବେଳେ କେମିତି ଅଛି କେନ୍ଦ୍ରାପଡ଼ା ଓ ଉପକୂଳ ଜିଲ୍ଲାରେ ରାଜନୈତିକ ସ୍ଥିତି ସେନେଇ ଅଧିକ ଆଲୋଚନା କରିଛନ୍ତି ଆମ କଟକ, ଜଗତସିଂହପୁର, ଯାଜପୁର ଓ କେନ୍ଦ୍ରାପଡ଼ା ରିପୋର୍ଟର । କଟକରୁ ନାରାୟଣ ସାହୁ, ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଯାଜପୁର ଜ୍ଞାନରଞ୍ଜନ ଓଝା ଓ କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ
Last Updated : Feb 3, 2023, 8:18 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.