thumbnail

By

Published : Jun 16, 2023, 11:10 AM IST

ETV Bharat / Videos

ଥମୁନି ହାତୀ ଆତଙ୍କ, ଯୁବକଙ୍କୁ କଚାଡି ମାରିଲା ହାତୀ

ଅନୁଗୋଳ: ଜିଲ୍ଲାରେ ଥମିବାର ନା ଧରୁନି ହାତୀ ଆତଙ୍କ । ପୁଣି ଜଣଙ୍କ ଜୀବନ ନେଲା ଦନ୍ତାହାତୀ । ଅନୁଗୋଳ ବନଖଣ୍ଡ ପରେ ଆଠମଲ୍ଲିକ ଆଉ ଏବେ ଦେବଗଡ଼ ବନଖଣ୍ଡରେ ଜଣଙ୍କ ଜୀବନ ନେଇଛି ହାତୀ । ଘରେ ଶୋଇଥିବା ସମୟରେ ଯୁବକକୁ ଟେକି ନେଇ କଚାଡି ମାରିଛି ହାତୀ । ଏଭଳି ଅଭାବନୀୟ ଘଟଣା ଘଟିଛି ପାଳଲହଡା ଥାନା ପାଳଲହଡା ବନାଞ୍ଚଳ ଅନ୍ତର୍ଗତ ପେଚାମୁଣ୍ଡି ଗ୍ରାମରେ । ଗୁରୁବାର ବିଳମ୍ବିତ ରାତିରେ ଏହି ଏଘଟଣ ଘଟିଥିଲା । ମୃତକ ଜଣଙ୍କ ହେଉଛନ୍ତି  ପବିତ୍ର ନାଏକ । ସୂଚନା ଅନୁଯାୟୀ, ପେଚାମୁଣ୍ଡି ଗ୍ରାମର ପବିତ୍ର ନାଏକ ଗତକାଲି ଖାଇ ପିଇ ସାରି ଘରେ ଶୋଇଥିଲେ । ପରେ ଅତ୍ୟଧିକ ଗରମ ହେବାରୁ ସେ ବାରଣ୍ଡାରେ ଖଟ ପକେଇ ଶୋଇଥିଲେ । ବିଳମ୍ବିତ ରାତିରେ ପାଖ ଜଙ୍ଗଲରୁ ଏକ ଦନ୍ତାହାତୀ ଆସି ତାଙ୍କୁ ଶୋଇଥିବା ଅବସ୍ଥାରେ ଟେକି ନେଇ କଚାଡି ଦେଇଥିଲା । ପାଦରେ ଦଳି ଦେଇଥିଲା । ଯାହାଫଳରେ ଘଟଣା ସ୍ଥଳରେ ପବିତ୍ରଙ୍କ ର ମୃତ୍ୟୁ ଘଟିଥିଲା । ପରିବାର ଲୋକେ ଏନେଇ ବନ ବିଭାଗକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ବନବିଭାଗ ଓ ପାଳଲହଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।  

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.