ଭଡା ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି
🎬 Watch Now: Feature Video
ଝାରସୁଗୁଡା: ଝାରସୁଗୁଡ଼ା ସହରାଞ୍ଚଳର ଏକ ଘରୋଇ ହୋଟେଲ ଠାରେ କାର୍ଯ୍ୟ କରୁଥିବା ଯୁବକଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ । ମୃତକ ଜଣକ ସୋନପୁର ଜିଲ୍ଲା ଉଲୁଣ୍ଡା ଗ୍ରାମର ସତନ୍ ସେଠୀ ବୋଲି ଜଣାପଡିଛି । ତେବେ ସତନ କାର୍ଯ୍ୟରତ ଘରୋଇ ହୋଟେଲରୁ ରାତ୍ରି ପ୍ରାୟ ୧୨ ଟା ସମୟରେ ହୋଟେଲ ସମ୍ମୁଖ ଗଳିରେ ଥିବା ଭଡା ଘରକୁ ଫେରିଥିଲେ । ତାଙ୍କ ସ୍ତ୍ରୀ ସେହି ହୋଟେଲରେ କାମ କରୁଥିବା ବେଳେ ସେହି ରାତି ୨ଟା ବେଳକୁ ଛୁଟି ପାଇ ଘରକୁ ଆସିଥିଲେ । ସେହି ସମୟରେ ସତନଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ । ଏନେଇ ମହିଳା ଜଣଙ୍କ ସକାଳ ପ୍ରାୟ ୫ଟା ବେଳକୁ ଘର ମାଲିକ ଓ ହୋଟେଲ ସହଯୋଗୀଙ୍କୁ ଖବର ଦେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନେଇଥିଲେ। ହେଲେ ଚିକିତ୍ସାଳୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପରେ ମୃତଦେହକୁ ପରିଜନଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି । ସେପଟେ ମୃତକଙ୍କ ଅକସ୍ମାତ୍ ମୃତ୍ୟୁକୁ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।
ଏହା ମଧ୍ୟ ପଢନ୍ତୁ- ଦୁର୍ଘଟଣାରେ ସ୍ବାମୀଙ୍କ ମୃତ୍ୟୁ ପରେ ଜୀବନ ହାରିଲେ ସ୍ତ୍ରୀ
ଇଟିଭି ଭାରତ, ଝାରସୁଗୁଡା