thumbnail

ଏକାଥରକେ ୧୫ ସ୍ୱାଧୀନତା ସଂଗ୍ରାମୀଙ୍କ ଚିତ୍ର ଆଙ୍କିଲେ ଯୁବତୀ, ସ୍କଲାରସିପ୍‌ ଅଫର ଦେଲେ ଆନନ୍ଦ ମହିନ୍ଦ୍ରା

By

Published : Oct 27, 2022, 5:02 PM IST

Updated : Feb 3, 2023, 8:30 PM IST

ହାଇଦ୍ରାବାଦ: ଏକାଥରକେ ୧୫ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କ ପେଣ୍ଟିଂ କରି ଚର୍ଚ୍ଚାରେ ଜଣେ ଚିତ୍ରଶିଳ୍ପୀ । କିଛି ପତଳା କାଠିରେ ଏକ ଫ୍ରେମ୍‌ ତିଆରି କରିଛନ୍ତି ଚିତ୍ରଶିଳ୍ପୀ । ଏହି ଫ୍ରେମ୍‌ରେ ୧୫ଟି ପେନ୍‌ ଓ ପେନ୍‌ସିଲ୍‌ ଯୋଡ଼ା ଯାଇଛି । ଏହାପରେ ଚିତ୍ର ଆଙ୍କିବା ଆରମ୍ଭ କରୁଛନ୍ତି ଚିତ୍ରଶିଳ୍ପୀ । ଯୁବତୀ ଜଣକ ଚିତ୍ର ଆଙ୍କୁଥିବା ଭିଡିଓକୁ ସେୟାର କରିଛନ୍ତି ମହିନ୍ଦ୍ରା ଗ୍ରୁପ୍‌ର ଚେୟାରମେନ୍‌ ଆନନ୍ଦ ମହିନ୍ଦ୍ରା । ଯୁବତୀ ଜଣଙ୍କୁ ସ୍କଲାରସିପ୍‌ ଦେବାକୁ ଅଫର୍‌ କରିଛନ୍ତି । ଏହି ଯୁବତୀ ଜଣକ ଉତ୍ତର ପ୍ରଦେଶର ବରେଲୀ ଓ ବଦାଉନ ସୀମାନ୍ତ ଅଞ୍ଚଳର ନୂର ଜାହାଁ ବୋଲି ଜଣାପଡ଼ିଛି । ବର୍ତ୍ତମାନ ସେ ସ୍ଥାନୀୟ ଏକ ସ୍କୁଲ୍‌ରେ ପାଠ ପଢ଼ୁଛନ୍ତି । ଏହାକୁ ନେଇ ନୂର ଜାହାଁ କହିଛନ୍ତି, "ରାଜସ୍ଥାନରେ ଥିବା ମୋ ଶିକ୍ଷୟିତ୍ରୀ ମୋ କଳାକୁ ଦେଖି ପ୍ରଶଂସା କରିଥିଲେ । ସେ କଳା ବିକଶିତ କରାଇବାରେ ମୋତେ ସାହାଯ୍ୟ କରିଥିଲେ । ଏଥିପାଇଁ ମୋ ପରିବାର ପକ୍ଷରୁ ମଧ୍ୟ ଭରପୁର ସମର୍ଥନ ମିଳୁଛି ।"
Last Updated : Feb 3, 2023, 8:30 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.