ବିଶ୍ବ ଋତୁସ୍ରାବ ପରିଚ୍ଛନ୍ନତା ଦିବସ: ସମାଜରେ ରହିଥିବା ଅନ୍ଧବିଶ୍ବାସ ଓ ଭ୍ରାନ୍ତଧାରଣା ଦୂର କରିବାକୁ ପ୍ରୟାସ

By

Published : May 28, 2023, 5:36 PM IST

thumbnail

ବ୍ରହ୍ମପୁର: ସମାଜରେ ମାସିକ ଋତୁସ୍ରାବକୁ ନେଇ ଏବେବି ରହିଛି କୁ-ପ୍ରଥା, ଅନ୍ଧବିଶ୍ବାସ ଓ ଭ୍ରାନ୍ତଧାରଣା । ତେବେ ଏହାକୁ ଦୂର କରିବା ଉଦ୍ଦେଶ୍ୟରେ ଋତୁସ୍ରାବର ସ୍ବଚ୍ଛତା ମୋ କର୍ତ୍ତବ୍ୟ ସମ୍ପର୍କିତ କାର୍ଯ୍ୟକ୍ରମ ସାତ୍ତ୍ବିକ ସୋଲ୍ ଫାଉଣ୍ଡେସନ ତରଫରୁ ବ୍ରହ୍ମପୁରର ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟ ସମ୍ମୁଖରେ ଆୟୋଜିତ ହୋଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି ଯୋଗଦେଇ ଏଭଳି କାର୍ଯ୍ୟକ୍ରମର ଆୟୋଜନ ସ୍ବାଗତଯୋଗ୍ୟ ବୋଲି କହିବା ସହ ସମସ୍ତେ ଏନେଇ ସଚେତନତା ହେବାର ଆବଶ୍ୟକତା ରହିଥିବା ମତ ପ୍ରକାଶ କରିଛନ୍ତି । ତେବେ ଏହି କାର୍ଯ୍ୟକ୍ରମର ସଂଯୋଜକ ଭରତ ଗୌରବ ଦାସଙ୍କ ସଂଯୋଜନାରେ ବିଜୁ ପଟ୍ଟନାୟକ ବସ୍ତି, ଗୋଷାଣି ନୂଆଗାଁ ବସ୍ତି, ଚନ୍ଦନ ନଗର ବସ୍ତିରେ ମଧ୍ୟ ପାଳିତ ହୋଇଥିଲା ।

ପ୍ରତ୍ୟେକ ମହିଳା ଓ ବାଳିକାଙ୍କ କ୍ଷେତ୍ରରେ ଶାରୀରିକ ପ୍ରକ୍ରିୟା ହେଉଛି ଋତୁସ୍ରାବ । ତେବେ ସମାଜରେ ବିଶେଷ କରି ଗ୍ରାମାଞ୍ଚଳରେ ଏହାକୁ ନେଇ କୁ-ପ୍ରଥା ପ୍ରଚଳିତ ଅଛି । ବିଶ୍ବ ଋତୁସ୍ରାବ ପରିଚ୍ଛନ୍ନତା ଦିବସରେ ଋତୁସ୍ରାବ ସମ୍ପର୍କରେ ସଚେତନତା ତଥା ସମସ୍ତ ନାରୀମାନଙ୍କର ଏହାପ୍ରତି ରହିଥିବା ଲଜ୍ୟାକୁ ସମାଜ ଆଗରେ ଭାଙ୍ଗିବା ଉଦ୍ଦେଶ୍ୟରେ ମେ' ୨୮ ତାରିଖକୁ ବିଶ୍ବ ଋତୁସ୍ରାବ ପରିଚ୍ଛନ୍ନତା ଦିବସ ରୂପେ ପାଳନ କରାଯାଏ । ତେବେ ଦୀର୍ଘ ୪ରୁ ୫ ଦିନର ଅକ୍ଳାନ୍ତ ପରିଶ୍ରମ କରି ଏହି ଦିବସଟିକୁ ଖୁବ ଆଡ଼ମ୍ବର ସହ ପାଳନ କରିବା ସହ ଏହାକୁ ସମସ୍ତ ନାରୀ ଏବଂ ସମାଜର ପ୍ରତି ସଦସ୍ୟଙ୍କ ନିକଟରେ ଉପସ୍ଥାପନା କରିବାର ପ୍ରଚେଷ୍ଟା କରିଥିଲା ସାତ୍ତ୍ବିକ ସୋଲ୍ ଫାଉଣ୍ଡେସନ । ଏହି ଅବସରରେ ବ୍ରହ୍ମପୁର ସହରର ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟ ସମ୍ମୁଖରେ ଆୟୋଜିତ କାର୍ଯ୍ୟକ୍ରମରେ ଉପସ୍ଥିତ ସଦସ୍ୟଙ୍କ ସହ ଅଧିକ ଆଲୋଚନା କରିଥିଲେ ଆମ ପ୍ରତିନିଧୀ ସମୀର ଆଚାର୍ଯ୍ୟ ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.