ମନ୍ଦିର ନିକଟରେ ଖୋଲିବ ମଦ ଦୋକାନ, ବିରୋଧ କଲେ ମହିଳା

🎬 Watch Now: Feature Video

thumbnail

ରାଉରକେଲା: ମନ୍ଦିର ଏବଂ ବସ୍ତି ନିକଟରେ ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ । ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଉରକେଲା ମହାନଗର ନିଗମ ଅଫିସ ଘେରାଉ କଲେ ମହିଳା ଏବଂ ଶନି ମନ୍ଦିର କମିଟି । ପ୍ରସ୍ତାବିତ ମଦ ଦୋକାନ କାର୍ଯ୍ୟ ବନ୍ଦ କରିବାକୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି । ରାଉରକେଲା ସହରର ସିଭିଲ ଟାଉନସିପ ଶନି ମନ୍ଦିର ଓ ସ୍ବପ୍ନପୁର ବସ୍ତି ଅଞ୍ଚଳ ନିକଟରେ ଏକ ମଦ ଦୋକାନ ଖୋଲିବାକୁ ଯାଉଛି । ଏହାକୁ ବିରୋଧ କରି ଗୁରୁବାର ରାସ୍ତାକୁ ଓହ୍ଲାଇଥିଲେ ବସ୍ତିବାସିନ୍ଦା । ସ୍ୱପ୍ନପୁର ବସ୍ତିର ମହିଳାମାନଙ୍କ ସହିତ ଶନି ମନ୍ଦିର କମିଟିର କର୍ମକର୍ତ୍ତା ସାମିଲ ହୋଇ ରାଉରକେଲା ମହାନଗର ନିଗମ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।  

ଏହା ମଧ୍ୟ ପଢନ୍ତୁ-ମଦ ଦୋକାନକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଲେ ମହିଳା

ରାଉରକେଲା ଟାଉନ୍ ୟୁନିଟ୍ ନଂ-42, ରୁପୁଟୋଲା ମୌଜା ମଧ୍ୟରେ ଥିବା ପ୍ଲଟ୍ 10/ 845 ରେ ପ୍ରସ୍ତାବିତ ଏକ ବିଦେଶୀ ମଦ ଦୋକାନ ଖୋଲାଯିବାରୁ ଏହାକୁ ବିରୋଧ କରାଯାଉଛି । ମନ୍ଦିର ଏବଂ ବସ୍ତି ନିକଟରେ ମଦ ଦୋକାନ ହେଲେ ଶନି ମନ୍ଦିର ଏବଂ ସ୍ବପ୍ନପୁର ବସ୍ତିର ପରିବେଶ ସମ୍ପୂର୍ଣ୍ଣ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥାନ ପାଲଟିବ ବୋଲି ଚିନ୍ତା ପ୍ରକଟ କରିଛନ୍ତି । ସ୍ବପ୍ନପୁର ବସ୍ତିବାସିନ୍ଦା ଏବଂ ଶନି ମନ୍ଦିର କମିଟି ପକ୍ଷରୁ ଏକ ସ୍ମାରକପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ୱାରା ପ୍ରଦାନ କରାୟାଇ ମଦ ଦୋକାନ ଖୋଲିବା ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଅନୁରୋଧ କରାଯାଇଥିଲା ।  

ଇଟିଭି ଭାରତ, ସୁନ୍ଦରଗଡ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.