ମାଆ କୋଳରୁ ଛୁଆକୁ ଛଡାଇ ନେଇ ତଡିଦେଲେ ଶାଶୁଘର ଲୋକ, ଶିଶୁକୁ ଫେରି ପାଇବାକୁ ମହିଳାଙ୍କ ଆକୁଳ ନିବେଦନ

By

Published : Jul 15, 2023, 12:14 PM IST

thumbnail

ନୂଆପଡା: ପାରିବାରିକ କଳହକୁ କେନ୍ଦ୍ର କରି ମାଆ କୋଳରୁ 8 ମାସର ଶିଶୁକୁ ନେଇ ଘରୁ ତଡି ଦେଲେ ଶାଶୁଘର ଲୋକ । ଯାହାକୁ ନେଇ ନୂଆପଡା ଜିଲ୍ଲା ଖଡ଼ିଆଳ ସମନ୍ଵିତ ଶିଶୁ ବିକାଶ ଅଧିକାରୀଙ୍କ ଦ୍ବାରସ୍ଥ ହୋଇଛନ୍ତି ମହିଳା । ସୂଚନା ମୁତାବକ ଭୁଲିଆସିକୁଆଁ ଗାଁର ୨୩ ବର୍ଷୀୟା ମହିଳା ସଞ୍ଜିତା କୁମାର ଗତ ତିନି ବର୍ଷ ପୂର୍ବେ ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ସରଗଜ ଗାଁର ଦାମୋଦର ବଗର୍ତ୍ତି ନାମକ ଯୁବକଙ୍କୁ ପ୍ରେମ ବିବାହ କରିଥିଲେ । କିଛି ବର୍ଷ ଉଭୟ ପୁଅ ଝିଅ ଶାଶୁ ଶ୍ୱଶୁର ମିଳିମିଶି ହସ ଖୁସିରେ ଦିନ କାଟିଥିଲେ । ହେଲେ ଗତ କିଛିଦିନ ହେବ ସଞ୍ଜିତା କୁମାରର ଶାରୀରିକ ଅସୁସ୍ଥତା ହେବାରୁ ତାର ଚିକିତ୍ସା ପାଇଁ ଦୁହେଁ ସ୍ଵାମୀ, ସ୍ତ୍ରୀ  8 ମାସର ଶିଶୁକୁ ଧରି ନୂଆପଡା ଜିଲ୍ଲାର ନିଜ ବାପା ମାଆଙ୍କ ଘର ଖଡ଼ିଆଳ ବ୍ଲକ ଭୂଳିଆସିକୁଆଁ ଗାଁକୁ ଆସୁଥିଲେ । 

ଏହି ସମୟରେ ଦାମୋଦରଙ୍କ ବାପା ଗଣେଶ୍ୱର ବଗର୍ତ୍ତି ଓ ମାଆ ସୁନୀତା ବଗର୍ତ୍ତି ଅର୍ଥାତ ସଞ୍ଜିତାଙ୍କ ଶାଶୁ ଶ୍ବଶୁର ଦୁହେଁ ସଞ୍ଜିତା କୋଳରୁ ଶିଶୁଟିକୁ ଛଡେଇ ନେଇଥିଲେ ଓ ଦୁହେଁ ସ୍ଵାମୀ ସ୍ତ୍ରୀକୁ ଘରୁ ଧକ୍କା ଦେଇ ବାହାର କରି ଦେଇଥିବା ଅଭିଯୋଗ କରିଛନ୍ତି ସଞ୍ଜିତା । ଏହା ପରେ ଦାମୋଦର ବଗର୍ତ୍ତି ଓ ତାର ସ୍ତ୍ରୀ ସଞ୍ଜିତା କୁମାର ଭୂଳିଆସିକୁଆଁ ସ୍ଥିତ ମାଆ ଘରକୁ ଚାଲି ଆସିଥିବା ବେଳେ ସଞ୍ଜିତା କୁମାର ଶିଶୁ ପୁତ୍ରକୁ ଶ୍ଵଶୁର ଘରୁ ଫେରାଇ ଆଣିବା ପାଇଁ ଖଡ଼ିଆଳ ଥାନା ଓ ପରେ ଖଡ଼ିଆଳ ବ୍ଲକର ସମନ୍ୱିତ ଶିଶୁ ବିକାଶ ଅଫିସକୁ ଆସି ଆକୁଳ ନିବେଦନ କରିଛନ୍ତି । ହେଲେ କୌଣସି ନ୍ୟାୟ ନ ପାଇବାରୁ ଗତକାଲି ଖଡ଼ିଆଳ ବ୍ଲକର ଆଇନ ପ୍ରାଧିକରଣ ଅଧିକାରୀ ଆଇନଜୀବୀ ଅଭିନବ ନାଏକଙ୍କ ଦ୍ୱାରସ୍ଥ ହୋଇଛନ୍ତି । 

  ଏହା ମଧ୍ୟ ପଢନ୍ତୁ- ମହିଳା ସରକାରୀ ଅଧିକାରୀଙ୍କ ପ୍ରେମ ଜାଲରେ ରସିକିଆ ପିଇଟି ଶିକ୍ଷକ ! ଥାନାର ଦ୍ବାରସ୍ଥ ହେଲେ ପତ୍ନୀ


ଇଟିଭି ଭାରତ, ନୂଆପଡା 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.