ଭାଉଜକୁ ତେଣ୍ଟାରେ ଆକ୍ରମଣ କଲା ଦିଅର, ହସ୍ପିଟାଲରେ ଭର୍ତ୍ତି ହେଲେ ମହିଳା

By ETV Bharat Odisha Team

Published : Sep 14, 2023, 7:54 AM IST

thumbnail

କଟକ: ଉଗ୍ରରୂପ ନେଲା ପାରିବାରିକ ବିବାଦ । ଭାଉଜକୁ ମରଣାନ୍ତଙ୍କ ଆକ୍ରମଣ କଲା ଦିଅର । ଭାଉଜରେ ଅଣ୍ଟାରେ ଦିଅର ତେଣ୍ଟା ପୁରାଇବା ପରେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲେ ମହିଳା । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ନରସିଂହପୁର ଅଞ୍ଚଳ ପାଇକବାରବାଟି ଗ୍ରାମରେ । ପାରିବାରିକ କଳହକୁ ନେଇ ଭାଉଜକୁ ତେଣ୍ଟାରେ ଆକ୍ରମଣ କରିଥିଲା ଦିଅର । ଆକ୍ରମଣର ଶିକାର ହୋଇଥିବା ମହିଳା ହେଉଛନ୍ତି ବିଲାସ ମହାନ୍ତି । ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ନରସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମହିଳାଙ୍କୁ ଭର୍ତ୍ତି କରାଯାଇଛି । ଦିଅର ଜଣକ ହେଲେ ପାପୁନି ମହାନ୍ତି । ଏନେଇ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପରିବାରରେ ଏମିତି କଣ ସମସ୍ୟା ଥିଲା ଯେଉଁଥି ପାଇଁ ଦିଅର ଭାଉଜଙ୍କୁ ଆକ୍ରମଣ କଲା ସେ ନେଇ ସ୍ପଷ୍ଟ ସୂଚନା ହସ୍ତଗତ ହୋଇନାହିଁ । ପୋଲିସ ତଦନ୍ତ ଜାରି ରଖିଛି ।  

ଏହା ମଧ୍ୟ ପଢନ୍ତୁ- ସାମାନ୍ୟ ବଚସାରୁ ଯୁବକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.