ହାଇଦ୍ରାବାଦ: ଭାରତରେ ଲଞ୍ଚ ହେଲା ରେଡମିର ନୂଆ ସ୍ମାର୍ଟଫୋନ Redmi 14C 5G ସ୍ମାର୍ଟଫୋନ । ଆଜି ମଧ୍ୟାହ୍ନ 12ଟା ସମୟରେ କମ୍ପାନୀ ଏହି ଦମଦାର ଓ ବଜେଟ୍ ସ୍ମାର୍ଟଫୋନକୁ ଦେଶରେ ଲଞ୍ଚ କରିଛି । ଏଥିରେ 120Hz ରିଫ୍ରେସ୍ ରେଟ୍ ସହିତ 6.88 ଇଞ୍ଚର ଡିସପ୍ଲେ ମିଳିବ । ଏହାସହିତ 5160mAh ବଡ଼ ବ୍ୟାଟେରୀ ଯାହାକି 18W ଫାଷ୍ଟ ଚାର୍ଜଂ ସପୋର୍ଟ ସହିତ ଆସିଛି । ଫୋନର ଡିଜାଇନ ବେଶ ଅତ୍ୟାଧୁନିକ ହୋଇଥିବା ବେଳେ ଏଥିରେ ଗୋଲାକାର କ୍ୟାମେରା ମଡ୍ୟୁଲ ମିଳିବ । ପଛରେ 50MP ଡୁଆଲ କ୍ୟାମେରା ସହ ସେଲଫି ପାଇଁ 8MP କ୍ୟାମେରା ଦିଆଯାଇଛି । ଆଉ କଣ ଏଥିରେ ଖାସ ରହିଛି ନିମ୍ନରେ ଜାଣନ୍ତୁ ।
The wait is over! Meet the all-new #Redmi14C 5G, the ultimate #2025G smartphone.
— Redmi India (@RedmiIndia) January 6, 2025
Ready to switch to #5G?
Tune in here: https://t.co/HJgkb3WLea pic.twitter.com/hjGe3J8ime
Redmi 14C 5G: ସ୍ପେଶିଫିକେସନ
- ଡିସପ୍ଲେ: ରେଡମି 14C 5Gରେ 120Hz ରିଫ୍ରେସ ରେଟ୍ ସହିତ 6.8-ଇଞ୍ଚ HD + ଡିସପ୍ଲେ, TUV Rheinland ସାର୍ଟିଫିକେସନ୍, 600 ନିଟ୍ସ ପିକ୍ ବ୍ରାଇଟନେସ୍ ମୋଡ୍, 240Hz ଟଚ୍ ସାମ୍ପଲିଂ ରେଟ୍ ସହ ଆସିଛି ।
- ପ୍ରୋସେସର: ସ୍ମାର୍ଟଫୋନ୍ କ୍ବାଲକମ୍ ସ୍ନାପଡ୍ରାଗନ୍ 4 ଜେନ 2 ପ୍ରୋସେସର ଦ୍ବାରା ଚାଳିତ ।
- କ୍ୟାମେରା: ଏଥିରେ 50MP ପ୍ରାଥମିକ କ୍ୟାମେରା (ଏହା ଏକ ପ୍ରାଇମେରି ଲେନ୍ସ ଯାହାକି ଭଲ ଫଟୋ ଉଠାଇବା ଦିଗରେ କାମ କରେ) ଏବଂ ପଛରେ 2MP ସେକେଣ୍ଡାରୀ ସେନ୍ସର (ଏହି ଲେନ୍ସ ଲାଇଟ୍, ଫିଲ୍ଡ ଭ୍ୟୁ ଓ ବ୍ଲର କରିବା ଦିଗରେ କାମ କରେ) ଅଛି । ସେଲଫି ପାଇଁ ଏଥିରେ 8MP କ୍ୟାମେରା ଦିଆଯାଇଛି ।
- ବ୍ୟାଟେରୀ ଓ ଚାର୍ଜିଂ: ରେଡମି 14C 5G 18W ଫାଷ୍ଟ ଚାର୍ଜିଂ ସପୋର୍ଟ ସହିତ 5,160mAh ବଡ଼ ବ୍ୟାଟେରୀ ପ୍ୟାକ୍ ସହିତ ଆସିଛି । କିନ୍ତୁ ଆପଣ ବାକ୍ସ ଭିତରେ ଏକ 33W ଚାର୍ଜର ପାଇବେ ।
- ଅନ୍ୟାନ୍ୟ ଫିଚର: ରେଡମି 14C 5G ଧୂଳି ଏବଂ ଜଳ ପ୍ରତିରୋଧ ଲାଗି IP52 ରେଟିଂ ସହିତ ଆସିଥିବା ବେଳେ ଏଥିରେ 3.5 ମିମି ହେଡଫୋନ୍ ଜ୍ୟାକ୍ ଏବଂ ଏକ USB ଟାଇପ୍-ସି ପୋର୍ଟ ଦିଆଯାଇଛି ।
Redmi 14C 5G: ଦାମ ଓ ଉପଲବ୍ଧତା
- ରେଡମି 14C 5G ସ୍ମାର୍ଟଫୋନର ଦାମ ଭାରତରେ Rs. 9,999 ଟଙ୍କାରୁ ଆରମ୍ଭ ହେଉଛି । ଏହା 3ଟି ଭାରିଏଣ୍ଟ ସହିତ ଆସିବ ।
- ଗ୍ରାହକ ଏହି ସ୍ମାର୍ଟଫୋନକୁ ଜାନୁଆରୀ 10 ତାରିଖ ମଧ୍ୟାହ୍ନ 12ଟାରୁ ଆମାଜନ, ଫ୍ଲିପକାର୍ଟ, mi.com ଓ ନିକଟସ୍ଥ Xiaomi ରିଟେଲ୍ ଷ୍ଟୋରରୁ କିଣିପାରିବେ ।
- ଏହି ସ୍ମାର୍ଟଫୋନଟି ତିନୋଟି କଲର ଅପସନ୍ Starlight Blue, Stargaze Black ଓ Stardust Purple ସହ ଆସିଛି ।
ଭାରିଏଣ୍ଟ | ଦାମ |
4GB + 64GB | Rs 9,999 |
4GB + 128GB | Rs 10,999 |
6GB + 128GB | Rs 11,999 |
Experience the power of the #Redmi14C 5G!
— Redmi India (@RedmiIndia) January 6, 2025
- 4nm Snapdragon® 4 Gen 2 5G
- 17.47cm (6.88) 120Hz Eye-Safe Display
- 50MP Dual + 8MP Selfie Cameras
- Massive 5160mAh Battery
Starting at ₹9,999*.
The sale starts on 10th January 2025.
Know more: https://t.co/kUXFMbZ6Nd#2025G pic.twitter.com/SwGNFXKiRr
Redmi 14C 5G: କଣ ନୂଆ ?
କହି ରଖୁଛୁ କି, କମ୍ପାନୀ ପୂର୍ବରୁ ଭାରତରେ Redmi 13C ସ୍ମାର୍ଟଫୋନକୁ ଲଞ୍ଚ କରିଥିଲା । Redmi 14C 5G ସ୍ମାର୍ଟଫୋନଟି ଏହାର ସକ୍ସେସର ଭାବେ ଲଞ୍ଚ ହୋଇଛି । ଯାହାକି ଭାରତରେ ଏକ ବଜେଟ୍ ଫୋନ ହେବାକୁ ଯାଉଛି । ନୂଆ ମଡେଲରେ ଏକ ସର୍କୁଲାର କ୍ୟାମେରା ମଡ୍ୟୁଲ ସହ ଆସିଛି, ଯାହାକି ଚାରୋଟି କ୍ୟାମେରା ପରି ଦୃଶ୍ୟମାନ ହେଉଛି । ହେଲେ ସେଥିରୁ ଦୁଇଟି କ୍ୟାମେରା ହୋଇଥିବା ବେଳେ ଗୋଟିଏ LED ଫ୍ଲାସ୍ ଓ ଅନ୍ୟଟି କେବଳ 50MP ବ୍ରାଣ୍ଡିଂ ଲେଖାଯାଇଛି । ନୂଆ ରେଡମି ଫୋନରେ ପୂର୍ବ ମଡେଲଠାରୁ ବଡ଼ ଡିସପ୍ଲେ ଓ ଉଚ୍ଚ ରିଫ୍ରେସ ରେଟ୍ ଦିଆଯାଇଛି । ଏହାସହିତ ଏଥିରେ ଫାଷ୍ଟର ଚିପସେଟ୍ ଓ ସାମାନ୍ୟ ବଡ଼ ବ୍ୟାଟେରୀ ଦିଆଯାଇଛି ।
Stream, play, and binge without worry!
— Redmi India (@RedmiIndia) January 6, 2025
With a 5160mAh battery, your entertainment never stops on the #Redmi14C 5G.
Watch the livestream here: https://t.co/HJgkb3WLea#2025G pic.twitter.com/T1Q9H0txOy
Snap, share, shine!
— Redmi India (@RedmiIndia) January 6, 2025
The 50MP Dual camera & 8MP selfie camera on #Redmi14C 5G ensure every shot is flawless.
Tune in here: https://t.co/HJgkb3WLea#2025G pic.twitter.com/exZg1p8m6F