thumbnail

By

Published : Mar 18, 2023, 9:49 PM IST

ETV Bharat / Videos

Ayodhya Shri Ram Temple: ଚାଲିଛି ଭବ୍ୟ ରାମ ମନ୍ଦିର ନିର୍ମାଣ, ଦେଖନ୍ତୁ ଭିଡିଓ

ଲକ୍ଷ୍ନୌ: ମର୍ଯ୍ୟାଦା ପୁରୁଷ ପ୍ରଭୁ ରାମଚନ୍ଦ୍ରଙ୍କ ଜନ୍ମଭୂମି ଅଯୋଧ୍ୟାରେ ଚାଲିଛି ଭବ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟ । ଆସନ୍ତା ୨୦୨୪ ଜାନୁଆରୀ ସୁଦ୍ଧା ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ହେବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଜୋରସୋରରେ ଚାଲିଛି କାମ । ମନ୍ଦିର ଟ୍ରଷ୍ଟ ପକ୍ଷରୁ 'ରଘୁପତି ରାଘବ ରାଜା ରାମ' ଟ୍ୟୁନ୍‌ ସହିତ ଏକ ନୂଆ ଭିଡିଓ ଜାରି କରାଯାଇଛି । ଏଥିରେ ଶ୍ରମିକମାନେ ମନ୍ଦିର ନିର୍ମାଣ କାର୍ଯ୍ୟରେ ଲାଗିଛନ୍ତି । ଭିଡିଓ ଜରିଆରେ ମନ୍ଦିର ନିର୍ମାଣ କାର୍ଯ୍ୟର ପ୍ରଗତି ସମ୍ପର୍କରେ ଶ୍ରଦ୍ଧାଳୁମାନଙ୍କୁ ଅବଗତ କରାଯାଉଛି । ମନ୍ଦିରର ପୂର୍ଣ୍ଣାଙ୍ଗ ରୂପ ଦେଖିବା ସହ ପ୍ରଭୁ ରାମଚନ୍ଦ୍ରକୁ ଦର୍ଶନ କରିବା ଲାଗି ଉତ୍କଣ୍ଠାର ସହିତ ଶ୍ରଦ୍ଧାଳୁମାନେ ଚାହିଁ ବସିଛନ୍ତି । ଏହାରି ମଧ୍ୟରେ ନୂଆ ନୂଆ ଭିଡିଓ ଶ୍ରଦ୍ଧାଳୁଙ୍କ ମନ ପ୍ରାଣରେ ଆହୁରି ଅଧିକ ଉତ୍କଣ୍ଠା ଭରି ଦେଉଛି । ଗତ ୨ଦିନ ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦ୍ବାରା ଲିଖିତ କବିତା ଯାହାକୁ ବାଜପେୟୀ ନିଜ ଗାଇଥିଲେ, ଏହା ସହ ମନ୍ଦିରର କିଛି ଝଲକ ଦେଖାଇଥିଲେ । ଏବେ ରଘୁପତି ରାଜା ରାମ ସଙ୍ଗୀତ ସହ ୨ ମିନିଟର ଭିଡିଓ ଜାରି କରିଛନ୍ତି । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.