ଶ୍ରୀମନ୍ଦିରରୁ ଧଳାପେଚା ଉଦ୍ଧାର, ଉତ୍ସାହିତ ଭକ୍ତ - ଶ୍ରୀମନ୍ଦିରରେ ଧଳାପେଚା
🎬 Watch Now: Feature Video
ଶ୍ରୀମନ୍ଦିରରୁ ଗୋଟିଏ ଧଳାପେଚା ଉଦ୍ଧାର କରାଯାଇଛି । ରବିବାର ପୂର୍ବାହ୍ନ ପ୍ରାୟ ସାଢେ ୯ଟା ସମୟରେ ଧଳାପେଚାଟିକୁ ଲକ୍ଷ୍ମୀଙ୍କ ମନ୍ଦିର ନିକଟରୁ ଉଦ୍ଧାର କରାଯାଇଛି । ପେଚାଟିକୁ ଲକ୍ଷ୍ମୀଙ୍କ ମନ୍ଦିର ନିକଟରେ ମାଙ୍କଡ ଗୋଡାଉ ଥିବା ସମୟରେ ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ୱରେ ରହିଥିବା ସୁବେଦାର ଯୋଗେଶ ଚନ୍ଦ୍ର ସ୍ୱାଇଁ ଉଦ୍ଧାର କରିଥିଲେ । କିଛି ସେବାୟତଙ୍କ ସହଯୋଗରେ ଏକ ବାସ୍କେଟରେ ଧରି ଧଳାପେଚାଟିକୁ ବନବିଭାଗକୁ ହସ୍ତାନ୍ତର କରାଯାଇଛି । ପେଚା ମହାଲକ୍ଷ୍ମୀଙ୍କ ବାହାନ ବୋଲି ପୌରାଣିକ କିମ୍ବଦନ୍ତି ରହିଛି । ଏଣୁ ଶ୍ରୀମନ୍ଦିର ପୁଣି ମହାଲକ୍ଷ୍ମୀଙ୍କ ମନ୍ଦିର ନିକଟରୁ ଉଦ୍ଧାର ହେବାକୁ ନେଇ ଭକ୍ତଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା ।
Last Updated : Feb 3, 2023, 8:29 PM IST