ନୂଆ ସଂସଦ ଭବନରେ ସ୍ଥାପିତ ହେବାକୁ ଥିବା ସୁନା ରାଜଦଣ୍ଡ ‘ସେଙ୍ଗୋଲ’ କଣ ? ଜାଣନ୍ତୁ ଏହି ଭିଡିଓରୁ

By

Published : May 24, 2023, 5:20 PM IST

thumbnail

ନୂଆଦିଲ୍ଲୀ: ନୂଆ ସଂସଦ ଭବନରେ ସ୍ଥାପିତ ହେବ ‘ସେଙ୍ଗୋଲ ’ ବା ରାଜ-ଦଣ୍ଡ । ଲୋକସଭା ବାଚସ୍ପତିଙ୍କ ଆସନ ପାର୍ଶ୍ବରେ ଏହା ସ୍ଥାପନା କରିବେ କେନ୍ଦ୍ର ସରକାର । ଆସନ୍ତା ରବିବାର ପ୍ରଧାନମନ୍ତ୍ରୀ ମୋଦି  ନୂଆ  ସଂସଦ ଭବନକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଏହି ଅବସରରେ ସଂସଦରେ ସ୍ଥାପିତ ହେବ ଏହି ‘ସେଙ୍ଗୋଲ’ । ଏନେଇ ଆଜି ସୂଚନା ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଗୃହମନ୍ତ୍ରୀ  ଆହୁରି କହିଛନ୍ତି ଯେ ନୂଆ ସଂସଦ ଉଦଘାଟନ ବେଳେ ଏକ ଐତିହାସିକ ଘଟଣାର ପୁନଃରାବୃତ୍ତି ବି ହେବ। ସେହି ଘଟଣା ହେଉଛି ନୂଆ ସଂସଦର ଲୋକସଭା ବାଚସ୍ପତିଙ୍କ ଆସନ ପାର୍ଶ୍ବରେ ‘ସେଙ୍ଗୋଲ’ ବା ଅଳଙ୍କୃତ ରାଜ-ଦଣ୍ଡ ସ୍ଥାପନା ହେବ । ଏହି ‘ସେଙ୍ଗୋଲ’  ଆମ ଦେଶର ପରମ୍ପରା ଓ ଐତିହ୍ୟ ସମେତ ସନାତନ ସଂସ୍କୃତି ସହ ଜଡିତ। ଇତିହାସରେ ବି ସେଙ୍ଗୋଲର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା । ୧୯୪୭ ମସିହା ଅଗଷ୍ଟ ୧୪  ତଥା ଦେଶ ସ୍ବାଧୀନତା ସମୟରେ  ପଣ୍ଡିତ ଜବାହାର ଲାଲ ନେହେରୁ ଏହାକୁ ଇଂରେଜ ମାନଙ୍କଠାରୁ ଗ୍ରହଣ କରିଥିଲେ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.