ଜଟଣୀ ଫ୍ଲାଏ ଓଭର ତଳେ ଲହଡି ମାରୁଛି ପାଣି, ଖୋର୍ଦ୍ଧା-ଜଟଣୀ-ପିପିଲି ଯାତାୟାତ ଠପ୍

By

Published : Jul 31, 2023, 10:59 PM IST

thumbnail



ଖୋର୍ଦ୍ଧା : ଅସରାଏ ବର୍ଷାରେ ପୁଣି ଭୁବନେଶ୍ୱର ଉପକଣ୍ଠ ଜଟଣୀର ସ୍ଥିତି ବେହାଲ ହୋଇପଡ଼ିଛି । ଓଭର ବ୍ରିଜ କାମ ସରୁନଥିବାବେଳେ ଖୋର୍ଦ୍ଧାରୁ ଜଟଣୀ ଦେଇ ପିପିଲି ଯାତାୟତ ସମ୍ପୂର୍ଣ୍ଣ ଠପ ହୋଇଛି । ଲଘୁଚାପ ଜନିତ ବର୍ଷାରେ ବେହାଲ ହୋଇଛି ଖୋର୍ଦ୍ଧା ଜିଲ୍ଲାର ଅଧିକାଂଶ ଅଞ୍ଚଳ । ଦୀର୍ଘ ଦିନ ହେବ ବର୍ଷା ସେଭଳି ନଥିବାବେଳେ ଚଳିତ ଲଘୁଚାପ ଫଳରେ ଆଜି ଠାରୁ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି । ଜଟଣୀ ଠାରେ ଥିବା ଫ୍ଲାଇ ଓଭର ତଳେ ଚାଲିଛି ପାଣି । ଫଳରେ ଜଟଣୀ- ପିପିଲିକୁ ଯାତାୟାତ ଠପ ହୋଇଛି । 

ଏହା ବି ପଢନ୍ତୁ...ବର୍ଷାରେ ବେହାଲ ସିଲଭର ସିଟି: ବୁଡିଲା ରାସ୍ତା, ଘରେ ପଶିଲା ପାଣି

ନୂତନ ଫ୍ଲାଏ ଓଭର ଯଦିଓ ନିର୍ମାଣ ହୋଇଛି, ଏହା ସମ୍ପୂର୍ଣ୍ଣ ହୋଇନଥିବାରୁ ଯାତାୟାତ ଉପଯୋଗୀ ହୋଇପାରୁନାହିଁ । ଫଳରେ ଲୋକେ ବିପଦପୂର୍ଣ୍ଣ ଯାତ୍ରା କରୁଛନ୍ତି । ନିଷ୍କାସନ ପାଇଁ ମୋଟର ସାହାଯ୍ୟରେ ପାଣି ଛଡ଼ାଯାଉଥିଲେ ବି ଲଗାଣ ବର୍ଷା ଜାରିରହିଥିବାରୁ ପାଣି କମିବାର ନାଁ ନେଉନାହିଁ । ଏଭଳି ପରିସ୍ଥିତି ବର୍ଷ ବର୍ଷ ଧରି ଲାଗିରହୁଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି । ତେବେ ଆଜିର ଏହି ଲଗାଣ ବର୍ଷା ଯୋଗୁ ଜଟଣୀ ପିପିଲି ରାସ୍ତା ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି ।
 

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.