WATCH VIDEO: ମହାକାଶରେ ଭାରତର ନୂଆ ଉଡାଣ, ଦେଖନ୍ତୁ କିପରି ‘ବାହୁବଳୀ’ ରକେଟରୁ ଅଲଗାହେଲା ଚନ୍ଦ୍ରଯାନ ସ୍ପେଶକ୍ରାଫ୍ଟ

🎬 Watch Now: Feature Video

thumbnail

ଅମରାବତୀ: ବାହୁବଳୀ ରକେଟ୍ GSLV Mark 3 (LVM 3) ଲଞ୍ଚ ଭେଇକିଲ ଦ୍ବାରା ଚନ୍ଦ୍ରଯାନ-3 ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ସଫଳ ଉତକ୍ଷେପଣ ହୋଇଛି । ଅପରାହ୍ନ 2ଟା 35ରେ ଉତକ୍ଷେପଣ କରିଥିଲା ଚନ୍ଦ୍ରଯାନ-3 । ଉତକ୍ଷେପଣର 16 ମିନିଟ ପରେ ରକେଟ ବା LVM 3 ଲଞ୍ଚ ଭେଇକିଲ ଚନ୍ଦ୍ରଯାନ ସ୍ପେଶକ୍ରାଫ୍ଟରୁ ଅଲଗା ହୋଇଛି । LVM 3 ସଫଳତାର ସହିତ ସ୍ପେଶକ୍ରାଫ୍ଟକୁ ପୃଥିବୀ କକ୍ଷପଥରେ ପହଞ୍ଚାଇଛି । 

ତେବେ ରକେଟରୁ ଚନ୍ଦ୍ରଯାନ ସ୍ପେଶକ୍ରାଫ୍ଟ ଅଲଗା ହେବା ପୂର୍ବରୁ କିଛି ପ୍ରକ୍ରିୟା ଦେଇ ଗତି କରିଥାଏ । 3ଟି ପର୍ଯ୍ୟାୟରେ ଏହା ରକେଟଠୁ ଅଲଗା ହୋଇଥାଏ । ରକେଟରୁ ସ୍ପେଶକ୍ରାଫ୍ଟ ଅଲଗା ହେବା ପର୍ଯ୍ୟନ୍ତ ଇସ୍ରୋ ବୈଜ୍ଞାନିକଙ୍କ ଆଖି ସେଇଠି ରହିଥାଏ । ଉତକ୍ଷେପଣ ପରେ ସଫଳ ଭାବେ ସ୍ପେଶକ୍ରାଫ୍ଟ କିପରି ଅଲଗା ହେବ ସେହି ଅପେକ୍ଷାରେ ରହିଥାନ୍ତି ବୈଜ୍ଞାନିକ। ତେବେ ଚନ୍ଦ୍ରଯାନ-3 ସଫଳ ଭାବେ ରକେଟରୁ ଅଲଗା ହୋଇ ଚନ୍ଦ୍ର ଅଭିମୁଖେ ଐତିହାସିକ ଯାତ୍ରା ଆରମ୍ଭ କରିଛି ।   

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.