The Kashmir Files: ମମତାଙ୍କୁ ଲିଗାଲ୍ ନୋଟିସ ପଠାଇଲେ ବିବେକ ଅଗ୍ନିହୋତ୍ରୀ - ବିବେକ ଅଗ୍ନିହୋତ୍ରୀ
🎬 Watch Now: Feature Video
ନୂଆଦିଲ୍ଲୀ: ମାନହାନୀ ମନ୍ତବ୍ୟ ଦେବା ଅଭିଯୋଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଲିଗାଲ୍ ନୋଟିସ ପଠାଇଲେ ସିନେ ନିର୍ମାତା ଓ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ । ତାଙ୍କ ନିର୍ଦ୍ଦେଶିତ ‘ଦି କାଶ୍ମୀର ଫାଇଲ୍ସ’ ଚଳଚିତ୍ର ସମ୍ପର୍କରେ ମିଥ୍ୟା ଓ ତାଙ୍କ ବୃତ୍ତିଗତ ଜୀବନକୁ ପ୍ରଭାବିତ କରିବା ପରି ମାନହାନୀ ମନ୍ତବ୍ୟ ଦେବା ମାମଲାରେ ସେ ତାଙ୍କ ଆଇନଜୀବୀଙ୍କ ମାଧ୍ୟମରେ ଏହି ନୋଟିସ ପଠାଇଥିବା ନିଜେ ଅଗ୍ନିହୋତ୍ରୀ କହିଛନ୍ତି । ଗତକାଲି (ସୋମବାର) ଚଳଚିତ୍ର ‘ଦି କେରଳ ଷ୍ଟୋରୀ ବ୍ୟାନ’ କୁ ରାଜ୍ୟରେ ବ୍ୟାନ ନିଷ୍ପତ୍ତି ଘୋଷଣା ବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କାଶ୍ମୀର ଫାଇଲ୍ସ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଥିଲେ । ‘ଦି କେରଳ ଷ୍ଟୋରୀ’କୁ ସେ ‘ଦି କାଶ୍ମୀର ଫାଇଲ୍ସ’ ସହ ତୁଳନା ମଧ୍ୟ କରିଥିଲେ । କାଶ୍ମୀର ଫାଇଲ୍ସ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ଅପମାନିତ କରିବା ଉଦ୍ଦେଶ୍ୟରେ ନିର୍ମାଣ ହୋଇଥିବା ମମତା କହିଥିଲେ । ଆଜି ଏହି ଘଟଣାରେ ସିନେମାର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ କହିଛନ୍ତି, କାଶ୍ମୀର ଫାଇଲ୍ସକୁ ନେଇ କେହି କିଛି ବି ଅମୂଳକ ଅଭିଯୋଗ କରିବାରେ ଲାଗିଛନ୍ତି । ସେମାନଙ୍କ ଅଭିଯୋଗ ସେମାନଙ୍କୁ ପ୍ରମାଣିତ କରିବାକୁ ହେବ । ଏଥିପାଇଁ ସେ ଆଇନର ଆଶ୍ରୟ ମଧ୍ୟ ନେବେ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଲିଗାଲ ନୋଟିସ ପଠାଯାଇଛି । ସେ ଫିଲ୍ମର ସତ୍ୟତା ନେଇ ଉଠାଇଥିବା ଅଭିଯୋଗକୁ ପ୍ରମାଣିତ କରି ଦଖାନ୍ତୁ । ଶୁଣନ୍ତୁ କ’ଣ କହୁଛନ୍ତି ବିବେକ ଅଗ୍ନିହୋତ୍ରୀ...