thumbnail

By ETV Bharat Odisha Team

Published : Dec 3, 2023, 7:10 PM IST

ETV Bharat / Videos

ବାଲୁକା ଚିତ୍ରକଳା ମହୋତ୍ସବର 3ୟ ଦିବସ, ଭରପୂର ଉପଭୋଗ କଲେ ପର୍ଯ୍ୟଟକ

ପୁରୀ: କୋଣାର୍କ ଚନ୍ଦ୍ରଭାଗାରେ ଚାଲିଥିବା ଅର୍ନ୍ତଜାତୀୟ ବାଲୁକା କଳା ମହୋତ୍ସବର ତୃତୀୟ ଦିନରେ ବାଲୁକା ଶିଳ୍ପୀମାନେ ମହିଳା ସଶକ୍ତିକରଣ ଓ କ୍ରୀଡା ଥିମକୁ ନେଇ ଅତି ନିଖୁଣତାର ସହିତ ବାଲୁକା ଚିତ୍ରକଳା ମାଧ୍ୟମରେ ପରି ପ୍ରକାଶ କରିଛନ୍ତି । ପୁରୁଷ କଳାକାରମାନେ କ୍ରୀଡାକୁ ବାଲୁକା କଳା ମାଧ୍ୟମରେ ଜୀବନ୍ତ କରିଥିବା ବେଳେ ମହିଳା ବାଲୁକା ଶିଳ୍ପୀମାନେ ମହିଳା ସଶକ୍ତିକରଣକୁ ବାଲୁକା ଚିତ୍ରକଳାରେ ସ୍ଥାନ ଦେଇଛନ୍ତି । କ୍ରୀଡାରେ ହକି, ଫୁଟବଲ, କ୍ରିକେଟ ଭଳି ଖେଳ ସହିତ ବିଭିନ୍ନ ଖେଳକୁ ବାଲୁକା ଶିଳ୍ପୀ ତୋଳି ଧରିଥିବା ବେଳେ ବାଲିରେ ମହିଳାଙ୍କ ବିଭିନ୍ନ ପାରିଦର୍ଶିତାକୁ ଦେଖାଇଛନ୍ତି ବାଲୁକା ଚିତ୍ରଶିଳ୍ପୀ । ଯାହା ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରିପାରିଛି ।

ଏହା ବି ଦେଖନ୍ତୁ- ଦ୍ବିତୀୟ ଦିବସରେ ବାଲୁକା ଚିତ୍ରକଳା ମହୋତ୍ସବର ମଜା ନେଲେ ପର୍ଯ୍ୟଟକ

ଗତ ଡିସେମ୍ବର 1 ତାରିଖରେ ଏହି ଅନ୍ତର୍ଜାତୀୟ ବାଲୁକା ଚିତ୍ରକଳା ମହୋତ୍ସବ ଉଦଘାଟନ ହୋଇଥିଲା । ଏହାକୁ ଦେଖିବାକୁ ଦେଶ ବିଦେଶରୁ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ଼ ଜମୁଛି । ଆସନ୍ତା ଡିସେମ୍ବର 5 ତାରିଖ ଯାଏଁ ଏହି ଅନ୍ତର୍ଜାତୀୟ ବାଲୁକା ଚିତ୍ରକଳା ମହୋତ୍ସବ ଅନୁଷ୍ଠିତ ହେବ । 100ରୁ ଅଧିକ ବାଲୁକା ଚିତ୍ରଶିଳ୍ପୀ ଏହି ବାଲୁକା ଚିତ୍ରକଳା ମହୋତ୍ସବରେ ସାମିଲ ହୋଇଛନ୍ତି ।  ଆମେରିକା, ଅଷ୍ଟ୍ରେଲିଆ, ବେଲାଋଷ, ଋଷିଆ ଆଦି ବିଦେଶରୁ ମଧ୍ଯ ଅନେକ ବାଲୁକା ଚିତ୍ରଶିଳ୍ପୀ ଏହି ବାଲୁକା ଚିତ୍ରକଳା ମହୋତ୍ସବରେ ସାମିଲ ହୋଇଛନ୍ତି । ପ୍ରତିଦିନ ଚିତ୍ରଶିଳ୍ପୀଙ୍କୁ ଏକ ବିଷୟବସ୍ତୁ ଦିଆଯାଉଛି । ତାହା ଉପରେ ବାଲୁକା କଳା ତିଆରି କରୁଛନ୍ତି ଚିତ୍ରଶିଳ୍ପୀ ।  

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.