ହିନ୍ଦୁ ସଂଗଠନର ୧୨ ଘଣ୍ଟିଆ ବନ୍ଦର ପ୍ରଭାବ: ବରଗଡ଼ରେ ଦୋକାନ ବଜାର ବନ୍ଦ, ଯାନବାହାନ ଚଳାଚଳ ଠପ - ବରଗଡ଼ରେ ବିଶ୍ବ ହିନ୍ଦୁ ପରିଷଦର ଧାରଣା

🎬 Watch Now: Feature Video

thumbnail

By

Published : Apr 19, 2023, 9:54 PM IST

ବରଗଡ଼: ସମ୍ବଲପୁରରେ ହନୁମାନ ଜୟନ୍ତୀ ପାଳନ ସମୟରେ ହୋଇଥିବା ହିଂସା ପ୍ରତିବାଦରେ ଆଜି ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଥିଲା ବିଶ୍ବ ହିନ୍ଦୁ ପରିଷଦ ।  ବରଗଡ଼ ଜିଲ୍ଲାର ସମସ୍ତ ୧୨ ବ୍ଲକରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା । ରାସ୍ତାଘାଟରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିବାବେଳେ ସହରରେ ରହିଥିବା ଦୋକାନ ବଜାର ମଧ୍ୟ ବନ୍ଦ ରହିଥିଲା । ତେବେ ଶାନ୍ତିପୂର୍ଣ୍ଣ ଭାବେ ଆଜି ଜିଲ୍ଲାରେ ଏହି ବନ୍ଦ ପାଳନ ହୋଇଥିଲା ।

ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ହୋଇଥିବା ଗୋଷ୍ଠୀ ସଙ୍ଘର୍ଷ ଓ ହିଂସାକାଣ୍ଡ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।  ଏହାକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଇଛି । ଏହି ହିଂସାରୁ ସମ୍ବଲପୁର ପୋଲିସ ବିଭାଗର କର୍ମଚାରୀମାନେ ମଧ୍ୟ ବାଦ ପଡ଼ିନାହାନ୍ତି  ।  ପଥର ମାଡରେ ଅନେକ ପୋଲିସ କର୍ମଚାରୀ ଗୁରୁତର ଆହତ ହୋଇଥିବା ବେଳେ ସମ୍ବଳପୁରରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି । ଅନ୍ୟପଟେ ଏହି ଘଟଣାକୁ ବିରୋଧ କରି ବିଶ୍ବ ହିନ୍ଦୁ ପରିଷଦ ଡାକରାରେ ବିଭିନ୍ନ ହିନ୍ଦୁ ସଂଗଠନ ବିଭିନ୍ନ ଜିଲ୍ଲାରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଥିଲେ । ସେହିଭଳି ଏହି ବନ୍ଦର ପ୍ରଭାବ ବରଗଡ଼ ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଥିଲା  ।  

ସମ୍ବଲପୁରରେ ଏପରି ହିଂସାକାଣ୍ଡ ଘଟାଇଥିବା ଦୁର୍ବୃତ୍ତମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦାବିରେ ବରଗଡ଼ର ବିଶ୍ଵ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ସମେତ ବିଭିନ୍ନ ହିନ୍ଦୁ ସଂଗଠନର ସଦସ୍ୟମାନେ ବରଗଡ଼ ଗାନ୍ଧୀଛକ ସହିତ ବିଭିନ୍ନ ସ୍ଥାନରେ ରାସ୍ତାବନ୍ଦ କରି ଆନ୍ଦୋଳନ କରିଥିଲେ । ସେପଟେ ଏହି ବନ୍ଦ ଡାକରାରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନଉପୁଜେ, ସେନେଇ ବ୍ୟାପକ ପୋଲିସ ଫୋର୍ସ ମୁତୟନ ରହିଥିଲେ । ତେବେ ବରଗଡ ଜିଲ୍ଲାର ସମସ୍ତ ୧୨ ବ୍ଲକରେ ଏହି ବନ୍ଦର ପ୍ରଭାବ ପଡିଥିବା ବେଳେ ସମସ୍ତ ବ୍ଲକରେ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ବରଗଡ ଟାଉନରେ କୋର୍ଟ କଚେରୀ, ସମସ୍ତ ସରକାରୀ ଓ ବେସରକାରୀ ଦୋକାନ ବଜାର ବନ୍ଦ ରହିଥିଲା ଏବଂ ଏହି ବିରୋଧକୁ ଜନସାଧାରଣଙ୍କର ମଧ୍ୟ ସ୍ଵତଃସ୍ପୁତ ସମର୍ଥନ ମିଳିଥିବା ସଂଗଠନର ସଦସ୍ୟମାନେ ଦାବି କରିଛନ୍ତି ।

ଇଟିଭି ଭାରତ, ବରଗଡ଼

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.