Watch: ମ୍ୟାଚ ନଖେଳିବି ଚର୍ଚ୍ଚାରେ କୋହଲି, ୱାଟର ବୟ ଭାବେ ଫିଲ୍ଡକୁ କଲେ ଏଣ୍ଟ୍ରି - ଓ୍ବାଟର ବୟ କୋହଲି

🎬 Watch Now: Feature Video

thumbnail

By ETV Bharat Odisha Team

Published : Sep 16, 2023, 11:13 AM IST

ହାଇଦ୍ରାବାଦ: ଶୁକ୍ରବାର ଶେଷ ହୋଇଛି ଏସିଆ କପର ସୁପର 4 ରାଉଣ୍ଡ ମ୍ୟାଚ୍‌ । ବାଂଲାଦେଶ ଠାରୁ 6 ରନରେ ପରାଜିତ ହୋଇଛି ଭାରତ । ଖେଳାଯାଇଥିବା ମ୍ୟାଚରେ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଥିଲା । ସେ ମ୍ୟାଚ ଖେଳିନଥିଲେ ମଧ୍ୟ ଫିଲ୍ଡରେ ତାଙ୍କ ଏକ ମଜାଳିଆ ଭିଡିଓ ସାମ୍ନାକୁ ଆସିଛି । ଓ୍ବାଟର ବୟ ଭାବେ ପଡିଆରେ ପ୍ରବେଶ କରିଥିଲେ କୋହଲି । ଯେଉଁଥିରେ ବିରାଟଙ୍କ ପିଲାଳିଆମି ଦେଖିବାକୁ ମିଳିଥିଲା । ସେ ହାତରେ ଏକ କଳା ବ୍ୟାଗ ଧରି ମଜାଳିଆ ଶୈଳୀରେ ଦୌଡି ଦୌଡି ଆସି ଫିଲ୍ଡରେ ଥିବା ସାଥି ଖେଳାଳିଙ୍କ ପାଖରେ ପହଞ୍ଚିଥିଲେ । ବ୍ରେକ ସମୟରେ ପଡିଆକୁ ସାଥି ଖେଳାଳିଙ୍କ ପାଇଁ ପାଣି ବଟଲ ଧରି ଆସିଥିଲେ କୋହଲି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳିଛି ଯେ, ବ୍ରେକ ସମୟରେ ଫିଲ୍ଡିଂ କରୁଥିବା ଭାରତୀୟ ଟିମର ଖେଳାଳିଙ୍କ ପାଇଁ ହାତରେ ଏକ କଳା ବ୍ୟାଗରେ ପାଣି ବଟଲ ଧରି ପଡିଆକୁ ଦୌଡୁଛନ୍ତି କୋହଲି । ଏହି ସମୟରେ ସେ ଏକ ଭିନ୍ନ ଢଙ୍ଗରେ ଚାଲୁଛନ୍ତି । ଯାହା ଦେଖିବାକୁ ମଜାଳିଆ । କୋହଲିଙ୍କ ଫ୍ୟାନ୍ସ ମାନେ ଏହି ଭିଡିଓକୁ ବେଶ ପସନ୍ଦ କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ-Asia Cup 2023: ଶୁଭମନଙ୍କ ଲଢ଼ୁଆ ଶତକ, ବାଂଲାଦେଶଠୁ ହାରିଲା ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.