ଗାନ୍ଧୀ ଜୟନ୍ତୀରେ ଦୃଢ଼ ସଂକଳ୍ପ, 'ନିଶାକୁ ନା' କଲେ ଗୋଡ଼ିପୁଟ ଗ୍ରାମବାସୀ - କୋରାପୁଟ ନିଶାକୁ ନା କଲେ ଗ୍ରାମବାସୀ
🎬 Watch Now: Feature Video
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Oct 2, 2023, 11:06 PM IST
କୋରାପୁଟ: ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୟନ୍ତୀରେ ନିଶାକୁ ନା । ଗ୍ରାମବାସୀଙ୍କର ମହାନ ପଦକ୍ଷପ । ତେବେ କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ବାଲଡ଼ା ପଞ୍ଚାୟତର ଗୋଡ଼ିପୁଟ ଗ୍ରାମ ନିଜକୁ ନିଶାମୁକ୍ତ ଗ୍ରାମ ଭାବେ ଘୋଷଣା କରିଛି । ଏଥିପାଇଁ ଗ୍ରାମ ପ୍ରବେଶ ପଥରେ "ନିଶା କୁ ନା" ସୂଚନା ଥିବା ଫଳକ ସ୍ଥାପନ କରାଯାଇଛି । ନନ୍ଦପୁର ବ୍ଲକରେ ଭାଷା ସାହିତ୍ୟର ସୁରକ୍ଷା ଓ ନିଶା ନିବାରଣ କ୍ଷେତ୍ରରେ କାର୍ଯ୍ୟରତ ନାରାୟଣ ପଣ୍ଡା ସ୍ମୃତି ସାହିତ୍ୟ ସଂସଦ ତଥା ବୈଶାଖୀ ପରିବାର ଆନୁକୁଲ୍ୟରେ ଗ୍ରାମବାସୀ ନିଜକୁ ନିଶାମୁକ୍ତ କରିବା ସହ ନିଜର ନିଜ ପରିବାର ସମେତ ଗ୍ରାମର ଉନ୍ନତି ନିମନ୍ତେ ଏଭଳି ପଦକ୍ଷେପ ନେବାକୁ ସ୍ଥିର କରିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ...International Day Against Drug Abuse: ‘ସରକାର ଚାହିଁଲେ ନିଶା ହଟିବ’
ତେବେ ଗ୍ରାମର ସମୁଦାୟ ୬୦ ପରିବାରର ୨୫୦ରୁ ଊର୍ଦ୍ଧ୍ବ ଲୋକେ ବସବାସ କରନ୍ତି । ଗ୍ରାମର କିଛି ଯୁବଗୋଷ୍ଠୀ ମଦ୍ୟପାନ କରି ବିଶୃଙ୍ଖଳିତ ହୋଇ ଅବାଟରେ ଯାଉଥିବା ଦେଖି ଚିନ୍ତିତ ଥିଲେ ଗ୍ରାମବାସୀ । ନିକଟସ୍ଥ ମାଳିଭୀମଡଲ ଗ୍ରାମ ନିଶାମୁକ୍ତ ଗ୍ରାମ ଘୋଷଣା ପରେ ସେମାନଙ୍କ ପରିବର୍ତ୍ତିତ ଜୀବନ ଶୈଳୀ ଗ୍ରାମବାସୀଙ୍କୁ ଆକୃଷ୍ଟ କରିଥିଲା । ଏଥିନିମନ୍ତେ ନାରାୟଣ ପଣ୍ଡା ସ୍ମୃତି ସାହିତ୍ୟ ସଂସଦର ସହାୟତା ଲୋଡିଥିଲେ । ତେବେ ଗ୍ରାମରେ ବର୍ତ୍ତମାନ ୯୮ ପ୍ରତିଶତ ଲୋକେ ନିଶାକୁ ନା କରି ନିଶା ଦ୍ରବ୍ୟ ଠାରୁ ଦୂରେଇ ଅଛନ୍ତି ।
ଇଟିଭି ଭାରତ, କୋରାପୁଟ