ସ୍କୁଲକୁ ବିଳମ୍ବରେ ଆସୁଛନ୍ତି ଶିକ୍ଷକ ଓ ଶିକ୍ଷୟିତ୍ରୀ, ଗେଟ୍‌ ତାଲା ପକାଇଲେ ଗ୍ରାମବାସୀ - ବୋଲଗଡର ସିଉଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲା

🎬 Watch Now: Feature Video

thumbnail

By ETV Bharat Odisha Team

Published : Nov 8, 2023, 8:28 PM IST

ଖୋର୍ଦ୍ଧା: ଶିକ୍ଷକ ଶିକ୍ଷୟିତ୍ରୀଙ୍କର କାର୍ଯ୍ୟରେ ଅବହେଳା ଅଭିଯୋଗ । ମନଇଚ୍ଛା ସ୍କୁଲକୁ ଆସୁଥିବା ଅଭିଯୋଗ ନେଇ ତାତିଲେ ଅଭିଭାବକ । ଯାହାକୁ ନେଇ ସ୍କୁଲ ଗେଟ ତାଲା ପକାଇ ଆନ୍ଦୋଳନ କରିଛନ୍ତି । ବୋଲଗଡ ବ୍ଲକ ସିଉଳା ଉଚ୍ଚପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବିରୋଧରେ ଅଭିଭାବକ ମାନେ ଏଭଳି ଅଭିଯୋଗ ଆଣି ପ୍ରତିବାଦ କରିଛନ୍ତି  । 

ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ସିଉଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକମାନଙ୍କ କାର୍ଯ୍ୟରେ ଅବହେଳା କରୁଥିବା ଅଭିଭାବକ ଅଭିଯୋଗ ଆଣିଛନ୍ତି । ଏଠାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ 70 ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ 4ଜଣ ଶିକ୍ଷକ ଶିକ୍ଷୟତ୍ରୀ ଶିକ୍ଷାଦାନ ଦାୟିତ୍ୱରେ ଅଛନ୍ତି । କିନ୍ତୁ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସଠିକ ସମୟରେ ବିଦ୍ୟାଳୟକୁ ଆସୁନଥିବା ଦେଖିବାକୁ ମିଳୁଛି । ଯାହାଫଳରେ ପ୍ରତିବାଦକୁ ଓହ୍ଲାଇଛନ୍ତି ଅଭିଭାବକ । ଆଜି ଗ୍ରାମବାସୀ ସହ ଛାତ୍ରଛାତ୍ରୀମାନେ ସ୍କୁଲ ଗେଟରେ ତାଲା ପକାଇ ଧାରଣା ବସିଥିଲେ । ଖବର ପାଇ ବୋଲଗଡ଼ ବ୍ଲକ ଶିକ୍ଷା ଅଧିକାରୀ ସ୍କୁଲରେ ପହଞ୍ଚି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ବୁଝାସୁଝା କରିବା ସହ କାର୍ଯ୍ୟରେ ଅବହେଳା ସହ ଗ୍ରାମବାସୀ ମାନଙ୍କୁ ଖରାପ ବ୍ୟବହାର କରିଥିବା ଶିକ୍ଷକ ଶିକ୍ଷୟତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଏବଂ ଆଗକୁ ଏଭଳି ପରିସ୍ଥିତି ହେବନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ଏହା ମଧ୍ୟ ପଢନ୍ତୁ....ଶିକ୍ଷୟିତ୍ରୀଙ୍କ ବଦଳିକୁ ବିରୋଧ: ସ୍କୁଲରେ ତାଲା ପକାଇ ଶିକ୍ଷକଙ୍କ ବିକ୍ଷୋଭ, ତାତିଲେ ଗ୍ରାମବାସୀ

ଏଭଳି ଘଟଣା ଘଟୁଥିବା ବେଳେ ଏନେଇ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ବିଳମ୍ବ ବିଷୟରେ ପଚାରିଲେ ଗ୍ରାମବାସୀଙ୍କୁ ଶିକ୍ଷୟତ୍ରୀ ଧମକ ଚମକ ଦେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏହାସହ ଶିକ୍ଷକ ଶିକ୍ଷୟତ୍ରୀମାନେ କାର୍ଯ୍ୟରେ ଅବହେଳା କରି ଆସୁଥିଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷପ ନେଉନଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ ।

 
ଇଟିଭି ଭାରତ,ଖୋର୍ଦ୍ଧା

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.