ETV Bharat / bharat

ବଲିଉଡରୁ ବୃନ୍ଦାବନ: କୁମ୍ଭମେଳାରେ ସନ୍ୟାସ ନେଲେ ୯୦ ଦଶକର ଗ୍ଲାମର ଗର୍ଲ - MAMTA KULKARNI TOOK SANYAS

ନବେ ଦଶକର ଗ୍ଲାମର ଦୁନିଆର ଚର୍ଚ୍ଚିତ ଚେହେରା ଏବେ କୁମ୍ଭମେଳାରେ ସନ୍ୟାସୀ । ସନାତନ ଧର୍ମ ପ୍ରଚାର ପ୍ରସାରରେ ସମର୍ପିତ କରିଛନ୍ତି ବାକି ଜୀବନ ।

Mamta Kulkarni
Mamta Kulkarni (IANS)
author img

By ETV Bharat Odisha Team

Published : Jan 25, 2025, 10:36 AM IST

ପ୍ରୟାଗରାଜ (ଉତ୍ତରପ୍ରଦେଶ) : ନବେ ଦଶକରେ ଗ୍ଲାମର ଦୁନିଆର ଚର୍ଚ୍ଚିତ ଚେହେରା ଏବେ ଆଧ୍ୟାତ୍ମିକତା ବାଟରେ । ନବେ ଦଶକର ବେଶ ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ମମତା କୁଲକର୍ଣ୍ଣି ସନ୍ୟାସ ଗ୍ରହଣ କରିଛନ୍ତି । କିନ୍ନର ଆଖଡା ତାଙ୍କୁ ମହାମଣ୍ଡଳେଶ୍ୱର ପଦବୀ ପ୍ରଦାନ କରିଛନ୍ତି ।

ସନ୍ଥ ପାଲଟିଲେ ବଲିଉଡ ଅଭିନେତ୍ରୀ:

ଉତ୍ତରପ୍ରଦେଶ ପ୍ରୟାଗରାଜ ମହାକୁମ୍ଭ ମେଳାକୁ ଅନେକ ବଡ ବଡ ସନ୍ୟାସୀଙ୍କ ଆଗମନ ଜାରି ରହିଛି । ବିଶ୍ୱର କୋଣ ଅନୁକୋଣରୁ ଆସି ମେଳାରେ ଯୋଗ ଦେଉଛନ୍ତି ସାଧୁ ସନ୍ଥମାନେ । ଏହାମଧ୍ୟରେ ବଲିଉଡ ଜଗତର ପୂର୍ବତନ ଅଭିନେତ୍ରୀ ମମତା କୁଲକର୍ଣ୍ଣିଙ୍କ ସନ୍ଥ ହେବା ଖବର ବେଶ ଚର୍ଚ୍ଚାରେ ରହିଛି ।

ପିଣ୍ଡଦାନ କଲେ ମମତା କୁଲକର୍ଣ୍ଣି:

ଶୁକ୍ରବାର ଦିନ ମମତା ସଂଗମ କୂଳରେ ନିଜ ଚୁଟି କାଟିବା ସହ ନିଜର ଓ ନିଜ ପରିବାରର ପିଣ୍ଡଦାନ କରିଛନ୍ତି । ଏହି ସମୟରେ ସେ ପବିତ୍ର ବୁଡ ମଧ୍ୟ ପକାଇଥିଲେ । କିନ୍ନର ଆଖଡାରେ ତାଙ୍କର ପଟ୍ଟଭିଷେକ କରାଯାଇଛି । ଆଖଡାର ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ଲକ୍ଷ୍ମୀ ନାରାୟଣ ତ୍ରିପାଠୀ ମମତା କୁଲକର୍ଣ୍ଣିଙ୍କୁ ଆଖଡାରେ ସାମିଲ କରିବା ପରେ ତାଙ୍କ ନାଁ ପରିବର୍ତ୍ତନ ମଧ୍ୟ କରିଛନ୍ତି ।

ମମତା କୁଲକର୍ଣ୍ଣିରୁ ହେଲେ ମାଇ ମମତା ନନ୍ଦ ଗିରି:

ମମତା କୁଲକର୍ଣ୍ଣିରୁ ସେ ଏବେ ହୋଇଯାଇଛନ୍ତି ମାଇ ମମତା ନନ୍ଦ ଗିରି । ଆଚାର୍ଯ୍ୟ ମହାମଣ୍ଡଳେଶ୍ବର ଅନୁଯାୟୀ ତାଙ୍କୁ ଏବେ ବୃନ୍ଦାବନ ସ୍ଥିତ ଏକ ଆଶ୍ରମର ଦାୟିତ୍ୱ ପ୍ରଦାନ କରାଯିବ । ଏବେ ତାଙ୍କର ସମଗ୍ର ଜୀବନ ସନାତନ ଧର୍ମର ପ୍ରଚାର- ପ୍ରସାର ପାଇଁ ସମର୍ପିତ ।

'ସନାତନ ଧର୍ମ ପ୍ରତି ରହିଛି ଗଭୀର ଆସ୍ଥା'

ଆଖଡ଼ାର ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ଲକ୍ଷ୍ମୀ ନାରାୟଣ ତ୍ରିପାଠୀଙ୍କ କହିଛନ୍ତି, "ଜୁନା ଆଖଡର ମହିଳା ମହାମଣ୍ଡଳେଶ୍ୱରଙ୍କ ସହ ମମତା କୁଲକର୍ଣ୍ଣି ତାଙ୍କୁ ଭେଟିଥିଲେ । ତାଙ୍କର ସନାତନ ଧର୍ମ ପ୍ରତି ଅଗାଢ ଆସ୍ଥା ରହିଛି । ସେ ପ୍ରଥମେ ଜୁନା ଆଖଡାର ଏକ ମହାମଣ୍ଡଳେଶ୍ୱର ସହ ସାମିଲ ଥିଲେ । ଏହି ସମୟରେ ସେ ମୋତେ ଭେଟିଥିଲେ । ତାଙ୍କର ସନାତନ ଧର୍ମ ପ୍ରତି ଆସ୍ଥା ଓ ବିଶ୍ୱାସ ଦେଖି ମୁଁ ତାଙ୍କୁ ମହାମଣ୍ଡଳେଶ୍ୱର କରିବା ପାଇଁ ନିଷ୍ପତ୍ତି ନେଇଥିଲି । ଯଦି ସେ ପରମ୍ପରାକୁ ଠିକ ଭାବେ ତୁଲାଇ ପାରିବେ ତେବେ ସେ ଏହି ପଦରେ ରହିବେ ନଚେତ୍ ତାଙ୍କୁ ଭବିଷ୍ୟତରେ ନିଷ୍କାସିତ ମଧ୍ୟ କରାଯାଇପାରେ ।"

ଉତ୍ତରପ୍ରଦେଶ ସରକାର କହିଛନ୍ତି, "ମହାକୁମ୍ଭରେ କିନ୍ନର ଆଖଡାରେ ମମତା କୁଲକର୍ଣ୍ଣି ପ୍ରଥମେ ସନ୍ୟାସୀ ଗ୍ରହଣ କରିଥିଲେ ତାପରେ ସେ ଏକ ନୂଆ ନାଁ 'ମାଇ ମମତା ନନ୍ଦ ଗିରି' ପାଇଥିଲେ ।

କଣ କହୁଛନ୍ତି ମମତା କୁଲକର୍ଣ୍ଣି:

ସନ୍ୟାସ ଓ ପଟ୍ଟଭିଷେକ ପରେ ମମତା କୁଲକର୍ଣ୍ଣି କହିଛନ୍ତି, "ଏହା ମୋର ସୌଭାଗ୍ୟ ଯେ ମୁଁ ମଧ୍ୟ ମହାକୁମ୍ଭର ଏହି ପବିତ୍ର ମୁହୂର୍ତ୍ତର ସାକ୍ଷୀ ହେବି । ସାଧୁ ସନ୍ଥମାନଙ୍କଠାରୁ ମୁଁ ଆଶୀର୍ବାଦ ଲାଭ କରୁଛି । ମୁଁ ୨୦୦ ମସିହାରୁ ତପସ୍ୟା ଆରମ୍ଭ କରିଥିଲି ଏବଂ ମୁଁ ମୋ ପଟ୍ଟଗୁରୁ ଭାବେ ଲକ୍ଷ୍ମୀ ନାରାୟଣ ତ୍ରିପାଠୀଙ୍କୁ ବାଛିଛି ।" ସେ ୨୩ ବର୍ଷ ପୂର୍ବେ କୁପୋଲି ଆଶ୍ରମରେ ଗୁରୁ ଶ୍ରୀ ଚୈତନ୍ୟ ଗଗନ ଗିରିଙ୍କଠାରୁ ଦୀକ୍ଷା ଗ୍ରହଣ କରିଥିଲେ ।

ମମତାଙ୍କ ବଲିଉଡ କ୍ୟାରିଅର:

ମମତା କୁଲକର୍ଣ୍ଣି ୧୯୯୨ରେ ତ୍ରିରଙ୍ଗା ଫିଲ୍ମରୁ ନିଜ ବଲିଉଡ କ୍ୟାରିଅର ଆରମ୍ଭ କରିଥିଲେ ।୧୧୯୩ରେ ଆଶିକ ଆଓ୍ବାର ଫିଲ୍ମ କରିଥିଲେ । ସେ ହି ବର୍ଷ ସେ ଲକ୍ସ ନ୍ୟୁ ଫେସ ଅଫ ଦ ଇୟର ଫିଲ୍ମ ଫେୟାର ପୁରସ୍କାର ପାଇଥିଲେ । ୯୦ ଦଶକରେ ସେ ଏକାଧିକ ବଲିଉଡ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଥିଲେ । ଓ୍ବକ୍ତ ହମାରା ହେ (1993), କ୍ରାନ୍ତିବୀର (୧୯୯୪), କରନ ଅର୍ଜୁନ (୧୯୯୫), ସବସେ ବଡା ଖିଲାଡି (୧୯୯୫), ଆନ୍ଦୋଳନ (୧୯୯୫), ବାଜି (୧୯୯୬), ଚାଇନା ଗେଟ୍(୧୯୯୮) ଭଳି ଅନେକ ହିନ୍ଦୀ ସିନେମାରେ ନଜର ଆସିଛନ୍ତି । ସେ ୨୦୦୨ ମସିହାରେ 'କଭି ତୁମ କଭି ହମ' ଫିଲ୍ମରେ ଶେଷଥର ପାଇଁ ନଜର ଆସିଥିଲେ ।

ଏହାମଧ୍ୟ ପଢନ୍ତୁ...

କୁମ୍ଭ ମେଳାରେ IIT ଇଞ୍ଜିନିୟର ସନ୍ଥ, ଫେରି ଆସିବାକୁ ବାପାଙ୍କ ନିବେଦନ

ବଣ୍ଟୋଗେ ତୋ କଟୋଗେ: ଯୋଗୀ ଆଦିତ୍ୟନାଥଙ୍କ ବୟାନକୁ ବାଗେଶ୍ୱର ବାବାଙ୍କ ସମର୍ଥନ

ଦୀର୍ଘ ଦିନ ହେଲା ମମତା କୁଲକର୍ଣ୍ଣିଙ୍କୁ ଯେପରି ଖବର ଜଗତଠୁ ଦୂରେଇ ରହିଥିଲେ । ପାଖାପାଖି ୨୫ ବର୍ଷ ପରେ ସେ ମାୟାନଗରୀ ମୁମ୍ବାଇକୁ ଫେରିଥିଲେ । ହେଲେ ଗ୍ଲାମର ଚର୍ଚ୍ଚାଠୁ ବେଶ ଦୂରରେ ଥିଲେ । ତେବେ ମମତାଙ୍କ ନାଁ ଏକ ବଡ ଡ୍ରଗ୍ସ ମାଫିଆ ସହ ଯୋଡାଯାଇଥିଲା । ତାଙ୍କୁ ନିକଟରେ ଏହି ଡ୍ରଗ୍ସ ମାମଲାରେ କ୍ଲିନ ଚିଟ୍ ମିଳିଥିଲା । ଯାହାପରେ ସେ ସନାତନ ଧର୍ମ ପ୍ରତି ବେଶ ଆକୃଷ୍ଟ ହୋଇ ଯୋଗ ଓ ସାଧନାରେ ନିଜକୁ ବ୍ୟସ୍ତ ରଖୁଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.