thumbnail

By

Published : Aug 18, 2023, 3:57 PM IST

ETV Bharat / Videos

Watch: ଉତ୍ତରାଖଣ୍ଡରେ ପ୍ରକୃତି ତାଣ୍ଡବ, ରାସ୍ତା ପାର ପାଇଁ ବାଜିରେ ଗର୍ଭବତୀଙ୍କ ଜୀବନ

ଡେରାଡୁନ: ଉତ୍ତରାଖଣ୍ଡରେ ପ୍ରକୃତି ତାଣ୍ଡବ ରଚିବାରେ ଲାଗିଛି । ଏହାରି ଭିତରେ ଚମୋଲି ଜିଲ୍ଲାରୁ ଛାତିଥରା ଚିତ୍ର ସାମନାକୁ ଆସିଛି । କେଉଁଠି ରାସ୍ତାଘାଟ ଦୃଶ୍ୟମାନ ହେଉନି ତ ଆଉ କେଉଁଠି ଗାଁରେ ଥିବା ଲୁହା ଖମ୍ବକୁ ସାହାରା କରି ରାସ୍ତା ପାର ହେଉଛନ୍ତି ଲୋକେ । ଗତ 13 ତାରିଖରେ ବାଦଲଫଟା ବର୍ଷା ହୋଇଥିବାବେଳେ ବିଭିନ୍ନ ସ୍ଥାନରେ ଭୂ ସ୍ଖଳନ ହୋଇ ସ୍ଥିତି ସଙ୍ଗୀନ ହୋଇଛି । ଏହାରି ଭିତରେ ବିଭିନ୍ନ ସ୍ଥାନରୁ ସାମନାକୁ ଆସୁଛି ହୃଦୟ ବିଦାରକ ଚିତ୍ର। 

ଏହା ବି ପଢନ୍ତୁ...Watch: ରାସ୍ତା ସଫା ବେଳେ ଉପରୁ ଖସିଲା ପଥର, ଖାଇକୁ ଓଲଟିଲା ଜେସିବି

ରାସ୍ତା ଘାଟ ଧୋଇ ହୋଇଯାଇଥିବାର ଗମନାଗମନ ପାଇଁ ସମସ୍ୟା ଭୋଗୁଛନ୍ତି ଲୋକେ । ଜଣେ ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନା ଯିବାକୁ ଥିବାବେଳେ ସେ ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇଛନ୍ତି । ଫଳରେ ଲୁହା ରଡ ଉପରେ ବିପଦସଙ୍କୁଳ ଅବସ୍ଥାରେ ତାଙ୍କୁ କାନ୍ଧରେ ବୋହି ନେଇ ରାସ୍ତା ପାର କରାଇଛନ୍ତି ଲୋକେ । ପ୍ରବଳ ବର୍ଷା, ଭୁସ୍ଖଳନ ସାଙ୍ଗକୁ ବାଦଲଫଟା ବର୍ଷା କାରଣରୁ ଉତ୍ତରାଖଣ୍ଡ ଏବଂ ହିମାଚଳ ପ୍ରଦେଶ ଭଳି ଜିଲ୍ଲାରେ ଭୟଙ୍କର ସ୍ଥିତି ଉପୁଜିଛି। 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.