ବିଜୟା ଦଶମୀ: ଦାଣ୍ଡିଆ ନାଚରେ ମସଗୁଲ ଯୁବପିଢ଼ି - ଅନୁଗୋଳ ଦଶହରା

🎬 Watch Now: Feature Video

thumbnail

By ETV Bharat Odisha Team

Published : Oct 24, 2023, 10:46 PM IST

ଅନୁଗୋଳ: ଆଜି ହେଉଛି ବିଜୟା ଦଶମୀ । ଏହି ଅବସରରେ ଅନୁଗୋଳର ସବୁ ପୂଜା ମଣ୍ଡପରେ ସ୍ୱତନ୍ତ୍ର ପୂଜା ନୀତି ସମ୍ପନ୍ନ ହୋଇଛି । ସକାଳ ଧୂପ ପରେ ସୂର୍ଯ୍ୟ ପୂଜା ଆଦି ନୀତିକାନ୍ତି କରାଯାଇ ମା'ଙ୍କ ଠାରେ ଷୋଡ଼ଶ ଉପଚାରରେ ପୂଜା କରାଯାଇଛି । ମା'ଙ୍କ ଦର୍ଶନ କରିବା ପାଇଁ ମଣ୍ଡପ ଓ ମନ୍ଦିରମାନଙ୍କରେ  ଭକ୍ତଙ୍କ ଗହଳି ଦେଖିବାକୁ ମିଳିଛି ।  

ଅନୁଗୋଳ ସହର ଶିମିଳିପଡା, ଅମଲାପଡା, ଦଶହରା ପଡିଆ , ହୁଲୁରି ସିଂହା, ହେମସୁରପଡା ଆଦି ମଣ୍ଡପରେ ଭକ୍ତଙ୍କ ପ୍ରବଳ ଗହଳି ଲାଗି ରହିଥିଲା । ଦଶହରା ପଡ଼ିଆରେ ମେଳା, ମିନା ବଜାର ଓ ଦୋଳି ପଡ଼ିଥିବାରୁ ଏଠାରେ ସକାଳ ଠାରୁ ଆରମ୍ଭ କରି ରାତି ପର୍ଯ୍ୟନ୍ତ ଲୋକଙ୍କ ଭିଡ଼ ଲାଗି ରହୁଛି । ସେପଟେ ଗତକାଲି ନବମୀ ପୂଜା ଓ ଆଜି ବିଜୟା ଦଶମୀ ଅବସରେ ସହରର ସବୁଠାରୁ ପୁରୁଣା ପୂଜା ମଣ୍ଡପ ଅମଲାପଡାରେ ଦାଣ୍ଡିଆ ନୃତ୍ୟ ଦେଖିବାକୁ ମିଳିଥିଲା । ସହର ଅନେକ ଲୋକ ଏହି ଦାଣ୍ଡିଆ ନୃତ୍ୟରେ ନୁଜକୁ ସାମିଲ କରି ଏହାର ମଜା ନେଇଥିଲେ । ଦାଣ୍ଡିଆ ସଙ୍ଗୀତର ତାଳେ ତାଳେ ଲୋକେ ନାଚ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ.....ଦାଣ୍ଡିଆ ନୃତ୍ୟ କଲେ ବିଧାୟିକା ଦୀପାଳି ଦାସ

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.