ଭିଜିଲାନ୍ସ ଜାଲରେ ଜୁନିଅର ରେଭେନ୍ୟୁ ଆସିଷ୍ଟାଣ୍ଟ୍‌ - ଧରିଲା ଭିଜିଲାନ୍ସ

🎬 Watch Now: Feature Video

thumbnail

By

Published : Jun 1, 2023, 3:50 PM IST

କେନ୍ଦୁଝର: ଲାଞ୍ଚ ନେବା ପଡିଲା ମହଙ୍ଗା । ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ  । କେନ୍ଦୁଝର ଘଟଗାଁ ତହସିଲ ଅଫିସର ଜୁନିଅର ରେଭେନ୍ୟୁ ଆସିଷ୍ଟାଣ୍ଟ ଦେବାଶିଷ ପଣ୍ଡାଙ୍କୁ 10 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ପ୍ରତ୍ୟେକଟି କାର୍ଯ୍ୟପାଇଁ ଜୁନିଅର ରେଭିନ୍ୟୁ ବାବୁ ଲାଞ୍ଚ ମାଗୁଥିବା ନେଇ ଭିଜିଲାନ୍ସରେ ଅଭିଯୋଗ ହେବା ପରେ ଭିଜିଲାନ୍ସ ବିଭାଗ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି। ସୂଚନା ଅନୁଯାୟୀ ଟାଙ୍ଗରତଳି ଗ୍ରାମର ବନମାଳି ପଲେଇଙ୍କଠାରୁ ଜମି ଭାଗବଣ୍ଟା ମାମଲାର ସମାଧାନ ପାଇଁ ୧୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଦେବାଶିଷ ପଣ୍ଡା  । ଏହି ଟଙ୍କା ଆଜି କାର୍ଯ୍ୟାଳୟ ପରିସରରେ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧର ପଡିଛନ୍ତି ଜୁନିଅର ରେଭିନ୍ୟୁ ଦେବାଶିଷ ପଣ୍ଡା । ଭିଜିଲାନ୍ସ ଟିମ୍‌ ଦେବାଶିଷ ପଣ୍ଡାକୁ ଗିରଫ କରି ତଦନ୍ତ ଜାରି ରଖିଛି । ଭିଜିଲାନ୍ସ ତାଙ୍କୁ ଧରିଥିବା ବେଳେ ତାଙ୍କ କେନ୍ଦୁଝର ଉପରଡ଼ିହାରେ ଥିବା ଘର ସହ ବାଲେଶ୍ୱର ଜିଲ୍ଲା ପୁଟୁରା ଥିବା ନିଜ ପୈତୃକ ବାସ ଭବନରେ ଏକ ସାଙ୍ଗେ ଚଢ଼ାଉ ଜାରି ରଖିଛି । 

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.