thumbnail

By ETV Bharat Odisha Team

Published : Nov 5, 2023, 7:15 PM IST

ETV Bharat / Videos

vigilance awareness week: ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ

ଫୁଲବାଣୀ: ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ କନ୍ଧମାଳର ଫୁଲବାଣୀ ଠାରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଚଳିତ ବର୍ଷ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲ୍ ସମ୍ମାନୀତ ଅତିଥିଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଜିଲ୍ଲାପାଳ କହିଛନ୍ତି ଯେ, ଯଦି କାହାକୁ କୌଣସି ଅଧିକାରୀ ପିସି ମାଗୁଛନ୍ତି ତେବେ ସେମାନେ 'ମୋ ସରକାର'ରେ ଅଭିଯୋଗ କରିପାରିବେ କିମ୍ବା ଦୁର୍ନୀତି ନିବାରଣ ବିଭାଗରେ ଅଭିଯୋଗ କରିପାରିବେ । ସଂପୃକ୍ତ ଅଧିକାରୀଙ୍କୁ ତୁରନ୍ତ ଦଣ୍ଡ ଦେବାର ବ୍ୟବସ୍ଥା ରହିଛି । ଯଦି ତଳ କର୍ମଚାରୀ ମଧ୍ୟ ଲାଞ୍ଚ ମାଗୁଛନ୍ତି ତେବେ ସେହି କାର୍ଯ୍ୟାଳୟର ମୁଖ୍ୟଙ୍କୁ ବି ଆପଣମାନେ ଅଭିଯୋଗ କରିପାରିବେ । ଏଥିପାଇଁ ଭୟ କରିବାର ନାହିଁ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଭିଯୋଗ ଶୁଣିବା ପାଇଁ ସବୁବେଳେ ଖୋଲା ଅଛି । କାରଣ ଓଡ଼ିଶା ସରକାର ସେଥିପାଇଁ ମୋ ସରକାର ବ୍ୟବସ୍ଥା କରିଛନ୍ତି ।  

ସେହିପରି କନ୍ଧମାଳ ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ର କହିଛନ୍ତି ଯେ, କନ୍ଧମାଳ ଜିଲ୍ଲାରେ ୧୭ଟି ପୋଲିସ ଷ୍ଟେସନ ରହିଛି । ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ରହିଛି । ସର୍ବୋପରି ଦୁର୍ନୀତି ନିବାରଣ ଫୁଲବାଣୀ ଶାଖା ମଧ୍ୟ ରହିଛି । ଲୋକମାନେ ଯେଉଁଠାରେ ବି ଦୁର୍ନୀତି ବିରୋଧରେ ଅଭିଯୋଗ ଦାଖଲ କରିପାରିବେ । ତେବେ ଦୁର୍ନୀତି ହଟାଇବା ଦିଗରେ ସମସ୍ତଙ୍କ ସହଯୋଗ ଆବଶ୍ୟକ । ଯଦି କେହି କୌଣସି ଥାନାରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି କିମ୍ବା ପୋଲିସର ସହଯୋଗ ନପାଆନ୍ତୁ ତେବେ ତୁରନ୍ତ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ଏଥିପାଇଁ ତାଙ୍କ କାର୍ଯ୍ୟାଳୟ ମଧ୍ୟ ସବୁବେଳେ ଖୋଲା ରହିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।  

ଏହା ମଧ୍ୟ ପଢ଼ନ୍ତୁ.....ଦୁର୍ନୀତି ନିର୍ବାରଣ ସପ୍ତାହ ଉଦଯାପନ

ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ପ୍ରବୀଣ କୁମାର ବାଣୁଆ କହିଛନ୍ତି ଯେ, ଦୁର୍ନୀତି ଆଜି ଓ କାଲିର ନୁହେଁ । ଏହା ବହୁ ପୁରାତନ ଯୁଗରୁ ଚାଲିଆସୁଛି । ଯଦି ଆମେ ସଚେତନ ନହେବା ତେବେ ଏହି ଦୁର୍ନୀତି ରୂପକ ବ୍ୟାଧି ବ୍ୟାପିଯିବ । ଯଦି ଆମେ କୌଣସି ଯୋଜନାକୁ ଠିକରେ ରୂପାୟନ କରିପାରୁନୁ ତେବେ, କୋଉଁଠି ନା କେଉଁଠି ବ୍ୟବସ୍ଥା ମଧ୍ୟରେ ଦୁର୍ନୀତିର ଗନ୍ଧ ବାରି ହୋଇପଡୁଛି ବୋଲି ମତପ୍ରକାଶ କରିଥିଲେ ।

ଇଟିଭି ଭାରତ, କନ୍ଧମାଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.