ପୁଣି କେଦାରନାଥ ଧାମରେ ରିଲ୍ସ, ଯୁବତୀଙ୍କ ମଥାରେ ସିନ୍ଦୁର ଭରିଲେ ଯୁବକ - ଭାଇରାଲ ଭିଡିଓକୁ ନେଇ ବିବାଦ

🎬 Watch Now: Feature Video

thumbnail

By

Published : Jul 5, 2023, 10:28 PM IST

ଡେରାଡୁନ: କେଦାରନାଥ ଧାମରୁ ସାମନାକୁ ଆସିଲା ଆଉ ଏକ ଭିଡିଓ । ଯୁବତୀଙ୍କ ମଥାରେ ଯୁବକ ଜଣକ ସିନ୍ଦୁର ଭରୁଥିବାର ରିଲ୍ସ, ଭାଇରାଲ ହେବା ପରେ ଏବେ ପୁଣି ବିବାଦ ଘନେଇଛି। ପୂର୍ବରୁ ମଧ୍ୟ ଜଣେ ଯୁବତୀ ତାଙ୍କ ବୟଫ୍ରେଣ୍ଡକୁ ମୁଦି ପିନ୍ଧାଇ ପ୍ରପୋଜ କରୁଥିବା ଦୃଶ୍ୟ ଖୁବ ଭାଇରାଲ ହୋଇଥିଲା । ବାରମ୍ବାର ଏଭଳି ଘଟଣା ଘଟୁଥିବା ଏଭଳି ଘଟଣାକୁ ମନ୍ଦିର ସମିତି ପକ୍ଷରୁ ନିନ୍ଦା କରାଯାଇଛି। ଏହାସହ ଧାର୍ମିକସ୍ଥଳୀରେ ଏଭଳି କାର୍ଯ୍ୟକଳାପ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇ ପୋଲିସକୁ ଏକ ଚିଠି ଲେଖିଛନ୍ତି ମନ୍ଦିର ସମିତି ସଦସ୍ୟ।  

ସେପଟେ ଏହି ଭିଡିଓ ଭାଇରାଲ ହେବା ପରେ  ଧାର୍ମିକ ସ୍ଥଳରେ ଏହାକୁ ଭୁଲ ବୋଲି କହି କମେଣ୍ଟ କରିଛନ୍ତି ୟୁଜର୍ସ। ଆଉ କେତେକ ଲୋକ ଏହାକୁ ଅତି ସୁନ୍ଦର ପ୍ରେମ ବୋଲି ମଧ୍ୟ କହିଛନ୍ତି । ଅପରପକ୍ଷେ ମନ୍ଦିରର ଗର୍ଭଗୃହକୁ ମୋବାଇଲ ନେବା ନିଷେଧ ଥିବାବେଳେ କିଛି ଦିନ ପୂର୍ବେ ଜଣେ ମହିଳା କେଦାରନାଥ ଲିଙ୍ଗ ଉପରେ ନୋଟ୍ ଉଡାଇବାର ଦୃଶ୍ୟ ନଜରକୁ ଆସିଥିଲା। ତେବେ ପୁଣି ଥରେ ଆଉ ଏକ ଭିଡିଓ ସାମନାକୁ ଆସିବା ପରେ ବିବାଦ ତେଜିଛି। କେଦାରନାଥ ଭଳି ପ୍ରସିଦ୍ଧ ଧାର୍ମିକସ୍ଥଳୀ ଗୁଡିକୁ ମୋବାଇଲ ବ୍ୟାନ କରିବା ପାଇଁ ଦାବି ହୋଇଛି।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.