Uttarakhanda Flood: ଗଙ୍ଗାରେ ଖସୁଛି ବନ୍ୟାଜଳ, ଭଗବାନ ଶିବଙ୍କ ମୂର୍ତ୍ତି ତଳେ ଚାଲୁଛି ପାଣି - ଗଙ୍ଗାରେ ଖସୁଛି ବନ୍ୟାଜଳ
🎬 Watch Now: Feature Video
ଋଷିକେଶ: ଦେବଭୂମି ଉତ୍ତରାଖଣ୍ଡରେ କମିଛି ବର୍ଷା । ଗଙ୍ଗା ନଦୀରେ ଖସୁଛି ଜଳସ୍ତର । ଋଷିକେଶରେ ଖସିବାରେ ଲାଗିଛି ବନ୍ୟାଜଳ । ବିପଦ ସଂକେତ ତଳେ ପ୍ରବାହିତ ହେଉଛି ପାଣି । ପରମାର୍ଥ ନିକେତନ ଆଶ୍ରମ ଘାଟରେ ନିର୍ମିତ ଭଗବାନ ଶିବଶଙ୍କରଙ୍କ ମୂର୍ତ୍ତି ତଳେ ବୋହୂଛି ବନ୍ୟାଜଳ । 15 ଫୁଟ ଉଚ୍ଚତା ଭଗବାନ ଶିବଶଙ୍କରଙ୍କ ମୂର୍ତ୍ତି ତଳେ ଏବେ ପ୍ରବାହିତ ହେଉଛି ବନ୍ୟାପାଣି । ଗତ କିଛି ଦିନ ଧରି ଦେବଭୂମି ଉତ୍ତରାଖଣ୍ଡରେ ଜାରି ରହିଛି ପ୍ରକୃତିର କୋପ ।
ବାଦଲଫଟା ବର୍ଷାରେ ଅସ୍ତବ୍ୟସ୍ତ ହୋଇଥିଲା ଉତ୍ତରାଖଣ୍ଡ । ଗଙ୍ଗା ସମେତ ସମସ୍ତ ନଦୀରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିଲା ବନ୍ୟାଜଳ । ବାଦଲଫଟା ବର୍ଷାକୁ ଦେଖି ପାଣିପାଗ ବିଭାଗ ସାରା ରାଜ୍ୟରେ ଜାରି କରିଥିଲା ରେଡ ଆଲର୍ଟ । ଧୀରେ ଧୀରେ ଏବେ ଖସୁଛି ବନ୍ୟାଜଳ । ପ୍ରବଳ ବର୍ଷା କାରଣରୁ ତ୍ରିବେଣୀ ଘାଟ ସମେତ ସମସ୍ତ ଘାଟ ବନ୍ୟାପାଣିରେ ଯାଇଥିଲା ବୁଡି । ରାଜ୍ୟରେ ଚଳିତ ବନ୍ୟା ସ୍ଥିତିକୁ 2013 ର ଭୟଙ୍କର ବନ୍ୟା ପୁଣି ଥରେ ଉଜାଗର ହୋଇଛି ।