Watch Video: ଯୋଗରେ ମଗ୍ନ ଯୋଗୀ

By

Published : Jun 21, 2023, 1:13 PM IST

thumbnail

ଲକ୍ଷ୍ନୌ: ଜୀବରେ ଯୋଗ ଯେ କେତେ ଉପକାରୀ ଯୋଗ କରିବା ଲୋକ ହିଁ ଜାଣିଛନ୍ତି । ରୋଗ ପାଇଁ ଯୋଗ ଔଷଧ ଭଳି କାମ କରିଥାଏ । ଶାରିରୀକ ଓ ମାନସିକ ଭାବେ ସୁସ୍ଥ ରହିବାକୁ ହେଲେ ଯୋଗ ନିହାତି ଆବଶ୍ୟକ । ଆଜି ସାରା ବିଶ୍ବରେ ପାଳନ ହେଉଛି ଯୋଗ ଦିବସ । ଗାଁଠୁ ସହର ଦେଶ ବିଦେଶ ସବୁଠି ଯୋଗ ଦିବସ ପାଳନ ହେଉଛି । 2014ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ଯୋଗ ଦିବସ ପାଳନ ହେଉଛି । ଅନ୍ତର୍ଜାତୀୟ ଯୋଗ ଦିବସର ଥିମ ରହିଛି ସମସ୍ତଙ୍କ ପାଇଁ ଯୋଗସ । ରାଜନେତାଠୁ ନେଇ ସାଧାରଣ ଜନତା ସମସ୍ତେ ଯୋଗ କରିଛନ୍ତି । ଉତ୍ତରପ୍ରଦେଶର ଗୋରଖପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇ ଯୋଗାଭ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।  ଭଳି କି ଭଳି ଯୋଗ କରି ଫିଟ ରହିବାକୁ ବାର୍ତ୍ତା ଦେଇଛନ୍ତି । ଭିଡିଓରେ ଦେଖନ୍ତୁ କିପରି ଯୋଗରେ ମଗ୍ନ ରହିଛନ୍ତି ଯୋଗୀ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.