thumbnail

By ETV Bharat Odisha Team

Published : Sep 8, 2023, 8:11 PM IST

ETV Bharat / Videos

President Biden in Delhi: ଭାରତରେ ଆମେରିକା ରାଷ୍ଟ୍ରପତି ବାଇଡେନ, କିଛି ସମୟ ପରେ ଦ୍ବିପାକ୍ଷିକ ବୈଠକ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ପହଞ୍ଚିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ବିଶ୍ବର ଅନ୍ୟତମ ଶକ୍ତିଶାଳୀ ନେତା ବାଇଡେନଙ୍କୁ ବିମାନବନ୍ଦରରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଭିକେ ସିଂ ସ୍ବାଗତ କରିଛନ୍ତି । ବିମାନବନ୍ଦରରେ  ଭାରତୀୟ ପାରମ୍ପରିକ ସଙ୍ଗୀତ ଓ ନୃତ୍ୟ ସହିତ ବାଇଡେନଙ୍କୁ ସ୍ବାଗତ କରାଯାଇଛି । ବିମାନ ବନ୍ଦରରୁ ବାଇଡେନ ସିଧା ସଳଖ ହୋଟେଲ ଆଇଟିସି ମୌର୍ଯ୍ୟକୁ ଯାଇଛନ୍ତି ।  କିଛି ସମୟର ବିଶ୍ରାମ ପରେ  ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଦ୍ବିପାକ୍ଷିକ ବୈଠକ  କରିବେ । ପରେ ଉଭୟ  ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରପତି  ବାଇଡେନ ମିଳିତ ପ୍ରେସମିଟକୁ ସମ୍ବୋଧିତ କରିବେ ।  ବାଇଡେନଙ୍କ ଭାରତ ଗସ୍ତକୁ ନେଇ ନୂଆଦିଲ୍ଲୀକୁ ଅଭେଦ୍ୟଦୁର୍ଗରେ ପରିଣତ କରାଯାଇଛି । ଭାରତୀୟ ସୁରକ୍ଷା ବାହିନୀ ସମେତ ଆମେରିକାର ସିକ୍ରେଟ ଏଜେନ୍ସୀ ନୂଆଦିଲ୍ଲୀର କୋଣ ଅଣୁକୋଣରେ ନଜର ରଖିଛନ୍ତି । ଆମେରିକା ରାଷ୍ଟ୍ରପତି  ହେବା ପରେ ପ୍ରଥମ ଥର  ପାଇଁ ଭାରତ ଗସ୍ତରେ ଆସିଛନ୍ତି ଜୋ ବାଇଡେନ । ଯାହାକୁ ନେଇ ସାରା ଦେଶରେ ମଧ୍ୟ ଉତ୍ସାହ ଦେଖାଦେଇଛି । ଦେଖନ୍ତୁ ଆମେରିକା ରାଷ୍ଟ୍ରପତିଙ୍କୁ କିଭଳି ସ୍ବାଗତ କରାଯାଇଛି ବିମାନ ବନ୍ଦରରେ । 

ଏହାବି ପଢନ୍ତୁ-  G-20 Summit: ଭାରତରେ ପହଞ୍ଚିଲେ ବାଇଡେନ, ବିମାନବନ୍ଦରରେ ଭବ୍ୟ ସ୍ବାଗତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.