ଅର୍ବାନ ହାଟ ବିବାଦ, ହାଟ ବନ୍ଦ କଲେ ବ୍ୟବସାୟୀ

By ETV Bharat Odisha Team

Published : Nov 4, 2023, 7:55 PM IST

thumbnail

କଟକ: ଘନଉଛୁ ଅର୍ବାନ ହାଟ ବିବାଦ । ବଢ଼ିଲା ବ୍ୟବସାୟୀମାନଙ୍କ ମଧ୍ୟରେ ଅସନ୍ତୋଷ । ସିଏମସିର ବେପୁରୁଆ ନୀତି ବୋଲି ଅଭିଯୋଗ କଲେ ବ୍ୟବସାୟୀ । କେବଳ ଆମମାନଙ୍କୁ ହଇରାଣ କରିବା ଉଦ୍ଦେଶ୍ୟରେ ଏହି ଅର୍ବାନ ହାଟ ତିଆରି କରାଯାଇଛି ବୋଲି କହିଛନ୍ତି ବ୍ୟବସାୟୀ । ପୂର୍ବର ହାଟ ପିଣ୍ଡି ଅନୁସାରେ ବ୍ୟବସାୟୀମାନଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ରହିଛି । ପିଣ୍ଡି ସଂଖ୍ୟା 548 ହେଲେ ବ୍ୟବସାୟୀ ସଂଖ୍ୟା ରହୁଛି 1500 । ଏହାରି ଭିତରେ ବ୍ୟବସାୟ କାମିତି ହେବ ବୋଲି ପ୍ରଶ୍ନ କରିଛନ୍ତି ବ୍ୟବସାୟୀ । ଅନ୍ୟପଟେ ଅର୍ବାନ ହାଟରେ ଅନେକ ଅବବ୍ୟସ୍ଥା ଦେଇ ଗତି କରୁଛି । ପରିମଳ, ପାନୀୟ ଜଳ ବ୍ୟବସ୍ଥା ଓ ଶୌଚାଳୟ କାର୍ଯ୍ୟକ୍ଷମ ଇତ୍ୟାଦି ଦିଗରେ ସିଏମସି ନଜର ନଦେଇ କେବଳ ବେଇଆନ ଭାବରେ ଟଙ୍କା ଲୁଟି ଚାଲିଥିବା ସିଧାସଳଖ ଅଭିଯୋଗ କରିଛନ୍ତି ବ୍ୟବସାୟୀ ।  

ବର୍ତ୍ତମାନ ପରିସ୍ଥିତିରେ ଅର୍ବାନ ହାଟ ବନ୍ଦ କରିବା କରିବା ସହ ଅର୍ବାନ ହାଟକୁ ବ୍ୟାନ କରି ପୂର୍ବ ସ୍ଥାନ ଛାତ୍ରବଜାରରେ ବ୍ୟବସାୟ କରିବା ପାଇଁ ଦାବି କରିଛନ୍ତି ବ୍ୟବସାୟୀ । ଅନ୍ୟପଟେ ଏହି ବିବାଦର ସମାଧାନ ପାଇଁ ଘଟଣା ସ୍ଥଳରେ ସିଏମସି ଡେପୁଟି କମିଶନର ପହଁଚି ବ୍ୟବସାୟୀମାନଙ୍କ ସହ ଆଲୋଚନା କରିଛନ୍ତି । ଏହି ଦିଗରେ ଶୀଘ୍ର ସମାଧାନର ବାଟ ବାହାରିବ ବୋଲି କହିଛନ୍ତି ସେ ।

ଏହା ମଧ୍ୟ ପଢ଼ନ୍ତୁ.....Chatrabazar vegetable market: ବଦଳିବ ଛତ୍ରବଜାର ପରିବା ମଣ୍ଡିର ପରିଚୟ, କାଲିଠୁ ଖୋଲିବ ବଜାର

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.