thumbnail

By

Published : May 23, 2023, 7:17 PM IST

ETV Bharat / Videos

UPSC Topper Reaction: 'ଅଧିକରୁ ଅଧିକ ଟେଷ୍ଟ ସିରିଜ ଦିଅନ୍ତୁ, ନିଜ ଉପରେ ଭରସା ରଖନ୍ତୁ'

ଭୁବନେଶ୍ବର: ପ୍ରକାଶ ପାଇଛି UPSC ସିଭିଲ ସର୍ଭିସ ପରୀକ୍ଷା ଫଳ ୨୦୨୨ । ଏଥିରେ ସର୍ବଭାରତୀୟ ସ୍ତରରେ ଈଶିତା କିଶୋର ଟପ୍ପର ହୋଇଥିବା ବେଳେ ଅନେକ ଓଡ଼ିଆ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ତେବେ ୬୭ ରାଙ୍କ ରଖିଥିବା କୃତି ଛାତ୍ରୀ କସ୍ତୁରୀ ପଣ୍ଡା ଇଟିଭି ଭାରତ ସହିତ ନିଜ ସଫଳତା ଓ ସଂଘର୍ଷର କାହାଣୀ ସେୟାର କରିଛନ୍ତି । ସେ ପୂର୍ବରୁ NIT ରାଉରକେଲାରେ କମ୍ପ୍ୟୁଟର ସାଇନ୍ସରେ ବି.ଟେକ କରିବା ପରେ ୟୁପିଏସି ଲାଗି ପାଠପଢା ଆରମ୍ଭ କରିଥିଲେ । ପିଲାଟି ବେଳୁ ତାଙ୍କର ଏହି କ୍ଷେତ୍ରରେ ଯିବା ଲାଗି ବହୁ ଉତ୍କଣ୍ଠା ଓ ଆଗ୍ରହ ରହିଥିଲା । ତେବେ କୋଚିଂ ନେବା ପୂର୍ବରୁ ପ୍ରଥମେ ସିଲାବସ ସହିତ ଭଲ ଭାବେ ଜଡ଼ିତ ହୋଇଥିଲେ । ତେବେ ସେ ନିଜେ ଘରେ ରହି ଏହି ସଫଳତା ହାସଲ କରିଥିବା କହିଛନ୍ତି । ସେ ପାଠପଢା ସହିତ ଅଧିକରୁ ଅଧିକ ଟେଷ୍ଟ ସିରିଜ ଦେଉଥିଲେ ବୋଲି କହିଛନ୍ତି । ତେବେ ସେ ନିଜ ବୃତ୍ତି କ୍ଷେତ୍ରରେ ଶିକ୍ଷା ଓ ମହିଳାଙ୍କୁ ଅଧିକ ଗୁରୁତ୍ବ ଦେବେ ବୋଲି କହିଛନ୍ତି । ଏହି ୨ଟି କ୍ଷେତ୍ରରେ ବିକାଶ ଘଟିଲେ ଦେଶର ବିକାଶ ହେବ ବୋଲି ସେ କହିଛନ୍ତି ।  

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.