Chandrayaan-3: ଗୁରୁଦ୍ବାରରେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ, ହରିଦ୍ବାରରେ ରାମଦେବଙ୍କ ହୋମଯଜ୍ଞ

By ETV Bharat Odisha Team

Published : Aug 23, 2023, 4:05 PM IST

thumbnail

ହାଇଦ୍ରାବାଦ: ମହାକାଶ ବିଜ୍ଞାନରେ ଭାରତ ହାସଲ କରିବାକୁ ଯାଉଛି ଏକ ବଡ଼ ଉପଲବ୍ଧି । ଋଷ, ଆମେରିକା ଓ ଚୀନ ପରେ ଏବେ ସାରା ବିଶ୍ବର ନଜର ଭାରତ ଉପରେ । କାରଣ ଆଜି ଚାନ୍ଦରେ ପାଦ ଥାପିବ ଚନ୍ଦ୍ରଯାନ-୩ । ଏହି ଐତିହାସିକ ମୁହୂର୍ତ୍ତଙ୍କୁ ବେଶ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି ଭାରତବାସୀ । ଏହା ସହ ବିନା କୌଣସି ପର୍ବରେ ଆଜି ବିଭିନ୍ନ ମନ୍ଦିର, ମସ୍‌ଜିଦ୍‌ ଓ ଗୁରୁଦ୍ବାରରେ ପ୍ରବଳ ଭିଡ଼ ଜମିଛି । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଚନ୍ଦ୍ରଯାନ-୩ର ସଫଳ ଅବତରଣ ପାଇଁ ନିଜ ନିଜ ଆରାଧ୍ୟଙ୍କୁ ପୂଜା କରିବା ସହ ଇସ୍ରୋକୁ ଶୁଭେଚ୍ଛା ଜଣାଇଛନ୍ତି । ଏହି କ୍ରମରେ ଉତ୍ତରାଖଣ୍ଡ ହରିଦ୍ବାରରେ ଯୋଗଗୁରୁ ବାବା ରାମଦେବ ଶିଶ୍ୟମାନଙ୍କ ସହ ଚନ୍ଦ୍ରଯାନର ସଫଳ ଅବତରଣ କାମନା କରି ହୋମ ଯଜ୍ଞ କରୁଥିବା ଦେଖିବାକୁ ମିଳିଛି । ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ ଦିଲ୍ଲୀସ୍ଥିତ ଗୁରୁଦ୍ବାର ବଂଲା ସାହେବଠାରେ ଚନ୍ଦ୍ରଯାନର ସଫଳ ଅବତରଣ ପାଇଁ ପ୍ରାର୍ଥନା କରିଛନ୍ତି । ତେବେ ସାରା ଦେଶରେ ଜୋରଦାର ପୂଜାର୍ଚ୍ଚନା ଚାଲିଛି । ଚନ୍ଦ୍ରଯାନ-୩ର ଲ୍ୟାଣ୍ଡିଂ ପ୍ରକ୍ରିୟା ୪ଟି ପର୍ଯ୍ଯାୟରେ କରାଯିବ । ଲ୍ୟାଣ୍ଡରରେ ଲାଗିଥିବା କ୍ୟାମେରା ଚନ୍ଦ୍ରପୃଷ୍ଠର ଫଟୋ ଉତ୍ତୋଳନ ଆରମ୍ଭ କରିବ । ଏହାପରେ ଅବତରଣ ପ୍ରକ୍ରିୟାର ସିଧାପ୍ରସାରଣ ମଧ୍ୟ ହେବ ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.