ଆମ୍ବେଦକରଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଅନାବରଣ କଲେ ଧର୍ମେନ୍ଦ୍ର, ମନେ ପକାଇଲେ ଏମରଜେନ୍ସି କଥା

By

Published : Jun 25, 2023, 9:06 PM IST

thumbnail

ଅନୁଗୋଳ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୋଳ ଗସ୍ତରେ ଥିବା ବେଳେ ନାଲକୋ ନଗର ସ୍ଥିତ ଆମ୍ବେଦକର ପାର୍କ ଠାରେ ବାବା ସାହେବ ଆମ୍ବେଦକରଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଅନାବରଣ କରିଛନ୍ତି । ଏହି ସମୟରେ ୪୮ବର୍ଷ ପୂର୍ବେ ଭାରତ ଦେଖିଥିବା ଜରୁରୀକାଳୀନ ସ୍ଥିତିକୁ ମନେ ପକାଇଛନ୍ତି ଧର୍ମେନ୍ଦ୍ର । କଂଗ୍ରେସକୁ ତେରଛା ବାଣ ମାରି କେନ୍ଦ୍ରମନ୍ତ୍ରୀ କହିଛନ୍ତି," ଦେଶରେ ସବୁ ବର୍ଗର ଲୋକଙ୍କ ସୁବିଧା ପାଇଁ ଏବଂ ସମସ୍ତେ କିଭଳି ନିଜର ମୌଳିକ ଅଧିକାର ପାଇ ପାରିବେ ସେଥିପାଇଁ ଆମ୍ବେଦକର ସମ୍ବିଧାନ ଲେଖିଥିଲେ । କିନ୍ତୁ ୪୮ ବର୍ଷ ପୂର୍ବେ ତତ୍କାଳୀନ କଂଗ୍ରେସ ସରକାର ନିଜର ସ୍ୱାର୍ଥ ହାସଲରେ ବାଧା ସୃଷ୍ଟି ହେବାରୁ ସମ୍ବିଧାନକୁ ହଟେଇ ଦେଇଥିଲେ । ଫଳରେ ଦେଶରେ ଏହାର ତୀବ୍ର ପ୍ରତିବାଦ କରାଯାଇଥିଲା । ବଡ଼ ଧରଣର ଆନ୍ଦୋଳନ ହେଲା । ସେହି ଦିନକୁ କଳା ଦିବସ ଭାବେ ପାଳନ କରାଗଲା । ଯାହାକୁ ଦ୍ଵିତୀୟ ସ୍ୱାଧୀନତା ଆନ୍ଦୋଳନ କୁହାଗଲା । ତେଣୁ ଆମ୍ବେଦକରଙ୍କ ପରି ଜଣେ ମହାନ ବ୍ୟକ୍ତତ୍ୱଙ୍କ ସମ୍ମାନାର୍ଥେ ଏହି ଦିନକୁ କୌଣସି ଭାରତୀୟ ଭୁଲି ପାରିବେ ନାହିଁ ।" 

ଇଟିଭି ଭାରତ, ଅନୁଗୋଳ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.