ପୁଣି ଏକାଠି ହେବେ କି ଠାକରେ-ଫଡନାଭିସ୍, ହସି ହସି କଥା ହୋଇ ପହଞ୍ଚିଲେ ବିଧାନସଭା

By

Published : Mar 23, 2023, 4:07 PM IST

thumbnail

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ କ୍ଷମତା ପରିବର୍ତ୍ତନ ଓ ପରବର୍ତ୍ତୀ ରାଜନୈତିକ ଦୃଷ୍ୟପଟ ବେଶ ରୋମାଞ୍ଚକର ଓ ନାଟକୀୟ ଥିଲା । ଯାହା ଆଜି ବି ଅଦାଲତରେ ବିଚାରାଧୀନ ରହିଛି । ସରକାର, ଦଳ ଓ ଏପରିକି ନିର୍ବାଚନୀ ଚିହ୍ନ ପରିବର୍ତ୍ତନ ବିବାଦ ମଧ୍ୟରେ ରାଜନୈତିକ ବୟାନବାଜୀ ଓ ଆରୋପ ପ୍ରତ୍ୟାରୋପ ଏବେ ସୁଦ୍ଧା ଥମିନାହିଁ । ହେଲେ ଏହାରି ମଧ୍ୟରେ ବିଧାନସଭା ପରିସରରେ ଏକାଠି ନଜର ଆସିଛନ୍ତି ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଭବ ଠାକରେ । ଦୁଇ ପରସ୍ପର ବିରୋଧୀ ନେତା ବେଶ କିଛି ସମୟ ଧରି ଅନ୍ତରଙ୍ଗ ଭାବେ କଥା ହୋଇ ହୋଇ ବିଧାନସଭା ପରିସରରେ ପ୍ରବେଶ କରିଥିଲେ । ସାଙ୍ଗରେ ଉଦ୍ଧବଙ୍କ ପୁଅ ଆଦିତ୍ୟ ଠାକରେ ମଧ୍ୟ ଥିଲେ । ମହାରାଷ୍ଟ୍ର ରାଜନୈତିକ ସଙ୍କଟ ପରେ ପ୍ରଥମ ଥର ପାଇଁ ଏପରି ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଠାକରେ ବାପ-ପୁଅ ଓ ଫଡନାଭିସଙ୍କୁ ଏକାସାଙ୍ଗରେ ଦେଖି ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ଫଟୋ ଓ ଭିଡିଓ ଉତ୍ତୋଳନ କରିବାରେ ଲାଗିଥିଲେ । ଦେଖନ୍ତୁ ମହାରାଷ୍ଟ୍ର ବିଧାନସଭା ପରିସରର ଏହି ଦୃଶ୍ୟ... 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.