ଆକାଶରୁ ଖସିଲା ମୃତ୍ୟୁ, 2 ଯୁବକ ମୃତ - କାଳ ବୈଶାଖୀ ପ୍ରଭାବ
🎬 Watch Now: Feature Video

ଭଦ୍ରକ: କାଳ ବୈଶାଖୀ ପ୍ରଭାବରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା। ବଜ୍ରପାତ ହେବାରୁ 2 ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା । ମୃତକ ଦ୍ବୟ ହେଉଛନ୍ତି କାଞ୍ଚପଡ଼ା ପଞ୍ଚାୟତର ବିଶ୍ୱମ୍ବର ମହାରଣା ଓ ତେନ୍ତୁଲିଦା ଗାଁର ସୁବାସ ଦାସ । ବିଶ୍ୱମ୍ବର ମହାରଣା ସ୍ଥାନୀୟ ଅଞ୍ଚଳରେ କାଠ କାମ କରୁଥିଲେ । ବାହାରେ କାଠ କାମ କରୁଥିବା ବେଳେ ହଠାତ ବିଜୁଳି ମାରିଥିଲା । ବଜ୍ରାଘାତର ଶିକାର ହେବାରୁ ସେ ତଳେ ପଡି ଯାଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଅନ୍ୟପଟେ ମୃତ ସୁବାସ ଦାସ ଚିଙ୍ଗୁଡ଼ି ପ୍ଲାଣ୍ଟରୁ କାର୍ଯ୍ୟ ସାରି ଘରକୁ ଫେରୁଥିବା ବେଳେ ବଜ୍ରାଘାତର ଶିକାର ହୋଇଥିଲେ । ଫଳରେ ତାଙ୍କ ଶରୀରର ପ୍ରାୟ 70 ଭାଗ ଜଳି ଯାଇଥିଲା । ଘଟଣା ସ୍ଥଳରୁ ସୁବାସଙ୍କୁ ଗ୍ରାମବାସୀମାନେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଇଟିଭି ଭାରତ,ଭଦ୍ରକ