ଗାଧୋଇବା ସମୟରେ ଅଘଟଣ, ପୋଖରୀରେ ବୁଡ଼ି ଚାଲିଗଲା ଦୁଇ ନାବାଳିକାଙ୍କ ଜୀବନ

By ETV Bharat Odisha Team

Published : Dec 25, 2023, 10:41 PM IST

Updated : Dec 26, 2023, 10:52 AM IST

thumbnail

Two Minor Girls Died: 

ନିଆଳି: ଯମ ଚାହିଁ ବସିଥିଲା । ପୋଖରୀ ପାଣିରେ ବୁଡି ଦୁଇ ନାବାଳିକାଙ୍କ ମୃତ୍ୟୁ ଘଟିଛି । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା କଟକ ସଦର ଥାନା ଅନ୍ତର୍ଗତ କୁରାଙ୍ଗ ପ୍ରଧାନ ଗାଁରେ । ପୋଖରୀକୁ 3 ଜଣ ନାବାଳିକା ଗାଧୋଇବା ପାଇଁ ଯାଇଥିବା ବେଳେ ଦୁଇ ଜଣ  ନାବାଳିକା ପାଣିରେ ବୁଡି ମୃତ୍ୟୁବରଣ କରିଛନ୍ତି । ଉଭୟଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ମୃତ୍ୟୁ ଘୋଷଣା କରିଛନ୍ତି । ମୃତକ ଦୁଇ ଜଣ ହେଉଛନ୍ତି ଅସ୍ରଫ ଅହମ୍ମଦଙ୍କର ୧୦ ବର୍ଷର ଝିଅ ସାଫିୟା ଖାତୁନ ଓ ବିହାରର ଅଞ୍ଚଳରୁ ଆସି ଗାଁରେ ଭଡ଼ାରେ ରହୁଥିବା ରାଜେଶ ସାହାଣୀଙ୍କର ୧୦ ବର୍ଷର ଝିଅ ନନ୍ଦିନୀ କୁମାରୀ  । ଉଭୟେ କୁରାଙ୍ଗ ପଞ୍ଚାୟତ ଫଳ ବଗିଚା ପୋଖରୀକୁ ଗାଧୋଇବାକୁ ଯାଇଥିଲେ । 

ଦୀର୍ଘ ସମୟ ଧରି ନଫେରିବାରୁ ଘର ଲୋକ ଖୋଜା ଖୋଜି କରି ଆରମ୍ଭ କରିଥିଲେ । ପରେ ପୋଖରୀରୁ ତାଙ୍କୁ ମୁର୍ମୁଷ ଅବସ୍ଥାରେ ଉଦ୍ଧାର କରାଯାଇ ମହିଧରପଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଘଟଣା ସ୍ଥଳରେ କଟକ ସଦର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ଖବର ପ୍ରଚାରିତ ହେବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ପୋଲିସ ଦୁଇ ନାବାଳିକାଙ୍କ ମୃତ୍ୟୁଦେହକୁ ବ୍ୟବଚ୍ଛେଦ ପାଇଁ କଟକ ଏସ.ଏସ.ବି ମେଡିକାଲ ପଠାଇଛି । 

ଏହା ମଧ୍ୟ ପଢନ୍ତୁ ...ମୟୂରଭଞ୍ଜରେ ଅଘଟଣ, ପାଣିରେ ବୁଡି ଭାଇ ଭଉଣୀଙ୍କ ସଲିଳ ସମାଧି

ଇଟିଭି ଭାରତ, ନିଆଳି 

Last Updated : Dec 26, 2023, 10:52 AM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.