ଏମ୍ସରେ ପଶ୍ଚିମବଙ୍ଗର ଦୁଇ ମନ୍ତ୍ରୀ, ମୃତଦେହ ହସ୍ତାନ୍ତର ବ୍ୟବସ୍ଥା କଲେ ଯାଞ୍ଚ - ମୃତଦେହ ଚିହ୍ନଟ ପ୍ରକ୍ରିୟା

🎬 Watch Now: Feature Video

thumbnail

By

Published : Jun 6, 2023, 4:26 PM IST

ଭୁବନେଶ୍ବର: ଭୁବନେଶ୍ବର ଏମ୍ସରେ ପଶ୍ଚିମବଙ୍ଗର ଦୁଇ ମନ୍ତ୍ରୀ । ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶଶୀ ପଞ୍ଜା ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ଏସ୍ସ ଆସି ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି । ଏମ୍ସରେ ଖୋଲା ଯାଇଥିବା ପଶ୍ଚିମବଙ୍ଗର ହେଲ୍ପ ଡେସ୍କ ନିକଟକୁ ଯାଇ ଡାଟା ସିଟ ଚେକ କରିବା ସହ କେତୋଟି ମୃତଦେହ ପରିବାରଙ୍କୁ ହସ୍ତାନ୍ତର କରାଯାଇଛି ସେନେଇ ତଥ୍ୟ ସଂଗ୍ରହ କରିଛନ୍ତି । ବାଲେଶ୍ବର ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ପଶ୍ଚିମବଙ୍ଗ ଯାତ୍ରୀ ପରିବାରକୁ ସହାୟତା ଅର୍ଥ ରାଶି ମିଳିଛି କି ନାହିଁ ସେନେଇ ମଧ୍ୟ ଯାଞ୍ଚ କରିଛନ୍ତି । ଏମ୍ସକୁ ଆସିଥିବା 123 ମୃତଦେହ ମଧ୍ୟରୁ 36ଟି ମୃତଦେହ ବର୍ତ୍ତମାନ ପର୍ଯ୍ୟନ୍ତ ପଶ୍ଚିମବଙ୍ଗକୁ ପଠାଯାଇଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ସୂଚନା ଦେଇଛନ୍ତି । ଉଭୟ ପଶ୍ଚିମବଙ୍ଗ ସରକାର ଓ ରାଜ୍ୟ ସରକାରଙ୍କ ମିଳିତ ସହାୟତାରେ ସୁରୁଖୁରୁରେ ମୃତକଙ୍କ ପରିବାରକୁ  ମୃତଦେହ ହସ୍ତାନ୍ତର କରାଯାଉଥିବା କହିଛନ୍ତି । 

ଇଟିଭି ଭାରତ, ଭୁବନେଶ୍ବର 

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.