thumbnail

By

Published : Jul 11, 2023, 4:22 PM IST

ETV Bharat / Videos

ବିଜୁ ପଟ୍ଟନାୟକ ପାର୍କ ପରିସର ଜଳାଶୟରେ ଭାସୁଛି 2ଟି ମୃତଦେହ

ବ୍ରହ୍ମପୁର: ବିଜୁ ପଟ୍ଟନାୟକ ପାର୍କ ପରିସରରୁ ଉଦ୍ଧାର ହେଲା ଦୁଇଟି ମୃତଦେହ । ବ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ବିଜୁ ପଟ୍ଟନାୟକ ପାର୍କରେ ପର୍ଯ୍ୟଟକଙ୍କ ବୋଟିଂ ପାଇଁ ଜଳାଶୟରୁ ଦୁଇଟି ମୃତଦେହ ଉଦ୍ଧାର ହୋଇଛି । ଦୁଇ ମୃତକ ହେଲେ ବ୍ରହ୍ମପୁର ସହର ଗୈଡ ସାହିର ରାଙ୍ଗା ଆଚାରି ଓ ଜନାର୍ଦ୍ଦନ ଆଚାରି । ଆଜି (ମଙ୍ଗଳବାର) ସକାଳୁ ଦୁଇ ଜଣଙ୍କ ମୃତଦେହ ପାଣିରେ ଭାସୁଥିବା ପାର୍କରେ ନିୟୋଜିତ କର୍ମଚାରୀ ଦେଖିଥିଲେ । ଏନେଇ ଟାଉନ ଥାନା ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀ ସହାୟତାରେ ଦୁଇଟି ମୃତଦେହ ଉଦ୍ଧାର କରିଛି । ତେବେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ଏହାର ତଦନ୍ତ ଚଳାଇଛି । ପାର୍କର ଜଳାଶୟ ମଧ୍ୟରୁ ଦୁଇଟି ମୃତଦେହ ମିଳିବାକୁ ନେଇ ବିଭିନ୍ନ ସନ୍ଦେହ ଉପୁଜିଛି । ପାର୍କରେ ନିୟୋଜିତ କର୍ମଚାରୀ ଏବଂ ପରିବାର ଲୋକଙ୍କୁ ପଚରାଉଚରା କରୁଛି । 

ଇଟିଭି ଭାରତ, ବ୍ରହ୍ମପୁର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.