ପାଣିରେ ବୁଡି ଚାଲିଗଲା ଦୁଇ ନାବାଳକଙ୍କ ଜୀବନ, ଶୋକରେ ପରିବାର

By

Published : Mar 17, 2023, 8:40 PM IST

thumbnail

ନୂଆପଡା: ଗଭୀର ପାଣି ଭିତରରେ ବୁଡି ଗଲେ ଦୁଇ ନାବାଳକ । ଗାଧୋଇବାକୁ ଯାଇ ଦୁଇ ଜଣ ନାବାଳକଙ୍କ ମୃତ୍ୟୁ । ମୃତ ଶିଶୁଙ୍କ ପରିବାର ବର୍ଗବଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ ସାଧାରଣରେ ଦାବି । ତେବେ ଏପରି ଆଭାବନୀୟ ଘଟଣା ନୂଆପଡା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ମାଖାପଦର ଗ୍ରାମପଞ୍ଚାୟତ ଚଉରା ଗାଁରେ । ଗାଧୋଇବାକୁ ଯାଇ ଦୁଇ ଜଣ ନାବାଳକ ଶିଶୁ ଗଭୀର ପାଣି ଭିତରରେ ବୁଡି ଯାଇଥିଲେ । ଖବର ପାଇ ସମ୍ପର୍କୀୟ ଓ ପରିବାର ଲୋକେ ଉଭୟ ନାବାଳକକୁ ଉଦ୍ଧାର କରି ଚିକିତ୍ସା ପାଇଁ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ । ସେଠାର ଡାକ୍ତର ଉଭୟ ନାବାଳକଙ୍କୁ ମୃତ ଘୋଷଣା କରିଥିଲେ । ମୃତ ନାବାଳକଙ୍କ ନାମ ବୃଷଭ ବନିଛୋର ଓ ଅମିତ ବନିଛୋର ହୋଇଥିବା ସୂଚନା ରହିଛ । ତେବେ ଉଭୟ ନାବାଳକ ମଖାପଦର ପ୍ରାଥମିକ ବିଦ୍ୟାଳୟର ପଞ୍ଚମ ଓ ଷଷ୍ଠ ଶ୍ରେଣୀର ଛାତ୍ରଥିଲେ । ଘଟଣାକୁ ନେଇ ସିନାପାଲି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । କେଉଁ ପରିସ୍ଥିତିରେ ଉଭୟ ନାବାଳକଙ୍କ ମୃତ୍ୟୁ ଘଟିଲା ତାହାକୁ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । 
ଇଟିଭି ଭାରତ, ନୂଆପଡା 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.