Rathakhala Halchal: ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ, 18ଟି ତୁମ୍ବର ଗୋଲେଇ କାର୍ଯ୍ୟ ସମ୍ପନ୍ନ - ରଥ ଖଳାରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/640-480-18359938-thumbnail-16x9-ddfee.jpg)
ପୁରୀ: ରଥଖଳାରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ମହାରଣା ମାନେ ମୋଟ 18 ଟି ତୁମ୍ବର ଗୋଲେଇ କାର୍ଯ୍ୟ ସମ୍ପନ୍ନ କରିଛନ୍ତି। ତାଳଧ୍ଵଜ ରଥର 4ଟି , ଦର୍ପଦଳନ ରଥର 8 ଟି ଓ ନନ୍ଦିଘୋଷ ରଥର 6ଟି ତୁମ୍ବ ଗୋଲେଇ କାର୍ଯ୍ଯ ଶେଷ ହୋଇଛି। ତିନି ରଥର ମୋଟ 42ଟି ତୁମ୍ବ ପାଇଁ କରତୀ ସେବକ ମାନେ 32ଟି ତୁମ୍ବ ଗଡ ଚିରଟ କରି ତିନି ରଥର ମହାରଣାଙ୍କୁ ଯୋଗାଇ ଦେଇଛନ୍ତି। ଏହି ତୁମ୍ବ ତିନି ରଥର ଚକ ନିର୍ମାଣରେ ବ୍ୟବହାର ହେବ। ଆଗାମୀ ଭଉଁରୀ ତିଥିରେ 3 ଟି ଅଖ ଓ 6 ଟି ଚକ ସଂଯୋଗର ବିଧି ଥିବାରୁ ସମସ୍ତ କାର୍ଯ୍ୟ ଆଗେଇ ଚାଲିଛି । ରଥ ଖଳାରେ ଭୋଇ, ମହାରଣା ଓ କରତୀ ସେବକ ମାନେ ସକାଳ 8 ଟାରୁ ରାତି 8 ଟା ଯାଏଁ କାର୍ଯ୍ୟରେ ଲାଗିଛନ୍ତି। ଦୋଳ ବେଦୀ ଅସ୍ଥାୟୀ କମାର ସାଳରେ କମାର ସେବକ ମାନେ ଲୁହା ରଡରୁ କଣ୍ଟା ତିଆରି କରୁଛନ୍ତି। ଆଗାମୀ ଦିନରେ କାମ ବଢ଼ିଲେ ପର୍ଯ୍ୟାୟ କ୍ରମେ ରଥ ନିର୍ମାଣ ପାଇଁ ଲାଗିଥିବା ସେବକ ମାନଙ୍କ ସଂଖ୍ୟା ବୃଦ୍ଧି କରାଯିବ। ପ୍ରଥମେ ତୁମ୍ବ କାର୍ଯ୍ଯ ଶେଷ ପରେ ବିନ୍ଧ କାର୍ଯ୍ୟ ହେବ । ଇଟିଭି ଭାରତ, ପୁରୀ