International Yoga Day: ଯୋଗ କଲେ ତ୍ରିପୁରା ମୁଖ୍ୟମନ୍ତ୍ରୀ, ଦେଖନ୍ତୁ ଭିଡିଓ - 9ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ
🎬 Watch Now: Feature Video
ଅଗରତାଲା: ଆଜି ସାରା ବିଶ୍ବରେ ପାଳିତ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ । ଜାତିସଂଘ ମୁଖ୍ୟାଳୟଠାରୁ ଆରମ୍ଭ କରି ବିଶ୍ବବ୍ୟାପୀ ବିଭିନ୍ନ ଦେଶର ରାଜଧାନୀରେ ଏହି ଯୋଗ ଦିବସ ପାଳିତ ହୋଇଛି । ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଯୋଗ ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଯୋଗାସନ କରିଛନ୍ତି । ଅଗରତାଲାରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସାହା ମଧ୍ୟ ଯୋଗ ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଯୋଗ କରିଛନ୍ତି ।
2014ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରୟାସରେ ଜୁନ୍ 21କୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ଘୋଷଣା କରିଥିଲା ଜାତିସଂଘ । ଏହି ଦିବସ ପାଳନ ଚଳିତ ବର୍ଷ 9ତମ ବର୍ଷରେ ପହଞ୍ଚିଛି । ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ନ୍ୟୁୟର୍କରେ ଥିବା ଜାତିସଂଘ ମୁଖ୍ୟାଳୟରେ ଯୋଗ କରିଛନ୍ତି । ଏଥିରେ 180ରୁ ଅଧିକ ଦେଶର ନାଗରିକ ଅଂଶଗ୍ରହଣ କରିଛନ୍ତି । ଆଜି ସକାଳୁ ସୀମାରୁ ରାଜଧାନୀ ପର୍ଯ୍ୟନ୍ତ ସବୁଠି ଯୋଗ ପାଳନ କରିଛନ୍ତି ଦେଶବାସୀ । ମନ୍ତ୍ରୀ, ଜନପ୍ରତିନିଧି, ଅଧିକାରୀ, ସ୍ବଚ୍ଛାସେବୀ, ସେନାଧିକାରୀ, ଛାତ୍ରଛାତ୍ରୀ ପାଳିଛନ୍ତି ଯୋଗ ଦିବସ । ବିଶ୍ବବ୍ୟାପୀ ବାଣ୍ଟିଛନ୍ତି ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିବାର ଭରତୀୟ ପରମ୍ପରାର ଅଦ୍ଭୁତ ମନ୍ତ୍ର । ଦେଖନ୍ତୁ ଭିଡିଓ