International Indigenous Day: ଆଦିବାସୀ ଅଧିକାରରୁ ବଞ୍ଚିତ ହେଉଥିବା ଅଭିଯୋଗ କଲା କେନ୍ଦୁଝର ମିଳିତ ମଞ୍ଚ

By

Published : Aug 9, 2023, 8:24 PM IST

thumbnail

କେନ୍ଦୁଝର: ଆଦିବାସୀଙ୍କୁ ମିଳୁ ତାଙ୍କର ହକ୍ । ଏପରି ନାରା ଦେଇ 14 ଦଫା ଦାବି ନେଇ ଆଦିବାସୀ ଦିବସରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ କେନ୍ଦୁଝର ମିଳିତ ମଞ୍ଚ । ବିଭିନ୍ନ ରାଜ୍ୟରେ ଆଦିବାସୀଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ସ୍ବର ଉତ୍ତଳନ କରି ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ରାଷ୍ଟ୍ରପତିଙ୍କୁ ଉଦ୍ଦେଶ୍ୟରେ ପ୍ରଦାନ କରିଛି ମଞ୍ଚ । ମଣିପୁରରେ ଘଟିଥିବା ବୀଭତ୍ସ ଘଟଣାକୁ ନିନ୍ଦା କରିବା ସହ ଦୋଷୀଙ୍କ ବିରୋଧରେ କଠୋର ଦଣ୍ଡ ବିଧାନ କରିବାକୁ ଦାବି କରାଯାଇଛି । ବିଭିନ୍ନ ପ୍ରସଙ୍ଗକୁ ନେଇ ଆଜି ଶତାଧିକ ଆଦିବାସୀ କାଳୀ ପଡ଼ିଆରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି କେନ୍ଦୁଝର ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଆଦିବାସୀଙ୍କ ପାଇଁ ଉଦ୍ଦିଷ୍ଟ ୫ମ ଓ ୬ଷ୍ଠ ଅନୂସୂଚୀକୁ କେନ୍ଦ୍ର ଓ ରାଜ୍ୟ ସରକାର ନିଷ୍ଠାର ସହ ପାଳନ କରନ୍ତୁ । ସମାନ ନାଗରିକ ସଂହିତା ଆଇନ ପ୍ରଣୟନ କରି ଆମ ଆଦିବାସୀମାନଙ୍କୁ ମିଳିଥିବା ପୃଥକ ଆଦିବାସୀ ପରିଚୟକୁ ସମାପ୍ତ କରାନଯାଉ ବୋଲି ଦାବି କରିଛନ୍ତି । 

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.