ହାଟରେ ଆଦିବାସୀ ଫଟୋ ପ୍ରଦର୍ଶନୀ, ବଖାଣିଲା ବଣ୍ଡା ଜୀବନ କାହାଣୀ - ଆଦିବାସୀ ଫଟୋ ପ୍ରଦର୍ଶନୀ

🎬 Watch Now: Feature Video

thumbnail

By

Published : May 26, 2023, 2:18 PM IST

Updated : May 27, 2023, 1:34 PM IST

କୋରାପୁଟ: ମୋ ସଂସ୍କୃତି ମୋ ଗର୍ବ । ଦେଶରେ ଆଦିବାସୀଙ୍କୁ ନେଇ ଥିବା ସଂସ୍କୃତି ଐତିହ୍ୟଙ୍କୁ ନେଇ ଏକ ଫଟୋ ମେଳା ହୋଇଛି । କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକର ଅନକାଡେଲ୍ଲୀ ସ୍ଥିତ ହାଟପଦା ଠାରେ ଏହି ଫଟୋ ମେଳା ହୋଇଛି । 12 ବର୍ଷ ଧରି 18ଟି ରାଜ୍ୟର 40ରୁ ଅଧିକ ଆଦିବାସୀ ଜନଜାତିଙ୍କ ଜୀବନ ଧାରାକୁ କ୍ୟାମେରା କଏଦ କରିଛନ୍ତି ବିଶିଷ୍ଟ ଫଟୋଗ୍ରାଫ ସତୀଶ ଲାଲ । ଆଦିବାସୀଙ୍କୁ ଅତି ନିକଟରୁ ଦେଖିବାର ସୁଯୋଗ ପାଇଥିବା ସତୀଶ ଦେଶର ଅନେକ ସ୍ଥାନରେ ଆଦିବାସୀଙ୍କ ଫଟୋ ପ୍ରଦର୍ଶନୀ କରିଛନ୍ତି । ଏବେ ଆଦିବାସୀଙ୍କ ହାଟରେ ଦେଶର ବିଭିନ୍ନ ଆଦିବାସୀ ଜନ ଜୀବନକୁ ପ୍ରଦର୍ଶିତ କରି ଅନନ୍ୟ ଅନୁଭୂତି ମିଳିଥିବା କହିଛନ୍ତି ସତୀଶ । ଓଡିଶା ଇକୋ ଟୁରିଜିମ ଫାଉଣ୍ଡେସନ ସହଯୋଗରେ ଆୟୋଜିତ ଆଦିବାସୀ ଫଟୋ ପ୍ରଦର୍ଶନୀ ଅବସରରେ ସେହି ହାଟକୁ ଆସୁଥିବା କିଛି ବଣ୍ଡା ମହିଳାଙ୍କ ଫଟୋ ଯାହାକି ଅତୀତରେ ଉତ୍ତୋଳନ କରାଯାଇଥିଲା ତାକୁ ସୁନ୍ଦର ଭାବେ ବନ୍ଧେଇ ସେମାନଙ୍କୁ ଦିଆଯାଇଥିଲା । ନିଜକୁ ସୁନ୍ଦର ଫଟୋ ମାଧ୍ୟମରେ ଦେଖି ଆଦିବାସୀ ମହିଳା ମାନେ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି । ଆଦିବାସୀ ଜନଜାତିଙ୍କ କଳାକୃତି, ବେଶଭୂଷା,ଗହଣା ଓ ଜୀବନଶୈଳୀକୁ ନେଇ ଗର୍ବ କରିବା ପାଇଁ ପ୍ରେରଣା ଯୋଗାଇଥିବା ଓଡିଶା ଇକୋ ଟୁରିଜିମ ଫାଉଣ୍ଡେସନର ନିର୍ଦେଶକ ଯୁଗବ୍ରତ କର ଜଣାଇଛନ୍ତି ।

Last Updated : May 27, 2023, 1:34 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.